STORYMIRROR

Niranjan Sahu

Tragedy

3  

Niranjan Sahu

Tragedy

ଥା ତୋ ବେଳକାଳ ଆସୁଛି

ଥା ତୋ ବେଳକାଳ ଆସୁଛି

1 min
21

ହାଏରେ ମଣିଷ ବୁଝିପାରିଲୁନି   

କେମିତି ଆସିଲୁ ଧରାକୁ

ଦଶମାସ ଯିଏ ତୋତେ ଧରିଥିଲା

ବୁଝିପାରିଲୁନି ତାହାକୁ....


ଗୁହ ମୁତ ତୋର ଯିଏ ପୋଛିଥିଲା

ଘୃଣାକୁ ପଛରେ ପକେଇ

ତୋର ପେଟ ଭୋକ ଯିଏ ଜାଣୁଥିଲା 

ତୋହର ମୁହଁକୁ ଅନେଇ


ଦିନ ରାତି ଯିଏ ଏକ କରିଥିଲା

ନିଜ ସୁଖକୁ ଏଡାଇ

ଏଡେରୁ ଏଡୁଟେ ଯିଏ କରିଥିଲା

ଜୀବନକୁ ପାଣି ଛଡେଇ...


ଯାହାର କୋଳରେ ଡେଇଁଲୁ ଖେଳିଲୁ

ଝୁଣି ଝୁଣି ସ୍ତନ ଖୀର

ସେଇ କୋଳର ମହତ୍ତ୍ୱ ବୁଝିଲୁନି

ହୋଇଗଲୁ ସ୍ୱାର୍ଥପର....


ମାଆ ମାଆ ବୋଲି ଦିନେ ଡାକୁଥିଲୁ

ଯେବେ ଆବଶ୍ୟକ ଥିଲା

ଆବଶ୍ୟକ ପୂରଣ ହୋଇଗଲା ପରେ

ମାଆ ଅଲୋଡ଼ା ହୋଇଲା.....


ବୃଦ୍ଧାଶ୍ରମେ ନେଇ ଛାଡ଼ିଦେଲୁ ତାକୁ

ନିଜର ସୁବିଧା ପାଇଁ

ହସରେ ଖୁସିରେ ସଂସାର କରିଲୁ

ନିଜ ପିଲାଛୁଆ ନେଇ..


ବୁଝିପାରିଲୁନି ମାଆର ମୂଲ୍ୟକୁ

ଚିହ୍ନିପାରିଲୁନି ମାଆକୁ

ସ୍ୱାର୍ଥପର ହୋଇ ସ୍ୱାର୍ଥରେ ବଞ୍ଚିଲୁ

ଭୁଲିଗଲୁ ସବୁ କଥାକୁ......


ଯିଏ ଯାହାକରେ ସିଏ ତାହା ପାଏ

ଗୀତାରେ ଲେଖା ହୋଇଛି

ସ୍ୱାର୍ଥରେ ସିନା ତୁ ଅନ୍ଧ ହେଇଗଲୁ

ଥା' ତୋ ବେଳ କାଳ ଆସୁଛି....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy