STORYMIRROR

Arundhati Jena

Tragedy Inspirational

3  

Arundhati Jena

Tragedy Inspirational

ଉପେକ୍ଷିତା

ଉପେକ୍ଷିତା

1 min
23

   

                 

ଶୈଶବ ର ସ୍ମୃତି ବଡ ହେବାର ଭୟ

          ଖୁସି କୁ ଅତି ପାଖରୁ

       ଛୁଇଁ ନପାରିବାର ଅନେକ କୋହ              

ଜୀବନ ଦ୍ବାର ରେ ପ୍ରତିବନ୍ଧକ ସାଜିଛି

    ଅଣନିଶ୍ୱାସୀ ଭାବେ ଜୀବନ ଜିଇଁବା ର

          ମୂଲ୍ଯ ଆଜି ମହଙ୍ଗା ପଡୁଛି।

    ଝିଅ ଟିଏ ତୁ ଏତେ କାହିଁକି ହସୁଛୁ

   ପୁଅ ମାନଙ୍କ ସହ କଥା ହେବା ତୋତେ ମନା

   ଉଠିବା, ବସିବା, ଶୋଇବା, କଥା ହେବା

   ସବୁଥିରେ ଖାଲି ସଂସ୍କାର ର ମିଛ ବାହାନା।

       

  କେଶ ତୋର ଏତେ ଛୋଟ କାହିଁକି

        ହାତରେ ତୋର ଚୁଡି କାହିଁ

   ମଥା ତୋର କାହିଁକି ଖାଲି

  ପୋଷାକ ପରିଧାନ ର ବାଗ ନାହିଁ।

   କେମିତି ବୁଝେଇବି ସମାଜକୁ

      ଶାଢୀ ପିନ୍ଧିଲେ ବି ଏଠି ମୋତେ

   କେହି ଛାଡି ଦିଅନ୍ତି ନାହିଁ

  ତେଣୁ ଫ୍ରକ୍ ହେଉ ଅବା ହେଉ ଜିନସ୍

       ସେଥିରେ କିଛି ଯାଏ ଆସେ ନାହିଁ।

ମୋର ଶରୀର କୁ ରକ୍ତାକ୍ତ କଲାବେଳେ

କାହାର ମାଆ, ଭଉଣୀ କଥା ମନେ ପଡେ ନାହିଁ

 ଶିଶୁ କନ୍ଯା ର ସେ କୋମଳମତି ଶରୀର

  ଅବା ହେଉ ଯୁବତୀ ର ସେ ଭରା ଜଉବନ

     କେହି କେବେ ବାଦ୍ ପଡନ୍ତି ନାହିଁ।

ବାହାରକୁ ବାହାରିବାର ଭୟ ରେ

 ମୋର ସାରା ଶରୀର କମ୍ପିତ ହୁଏ

ଟିକିଏ ଅନ୍ଧାର ହେଲେ ମୋ ଦେହରେ

        ସତେ ଯେମିତି ଜୀବନ ନଥାଏ।

କୁହ ମୁଁ ଆଜି ମୋ ନିଜ ଘରେ ବି

       ସୁରକ୍ଷିତ କାହିଁକି ନୁହେଁ

କି ଭୁଲ୍ ମୋର, ଝିଅ ହୋଇ ଜନ୍ମ ନେବାରେ

କି ସାରା ସଂସାର ର ଅସ୍ଥିତ୍ଵ କୁ ବଜାୟ ରଖିବାରେ।

ଅଛି କି ଉତ୍ତର କାହା ପାଖେ

କାରଣ ଅନେକ ଦିନରୁ ମୁଁ ମୋର ଉତ୍ତର ର

ସନ୍ଧାନ ରେ ଅନେକ ପଥ ଅତିକ୍ରମରେ କ୍ଳାନ୍ତ

 ଆଉ ମୋର ମନ ଏକଦମ୍ କ୍ଷୁବ୍ଧ

ରାଗକୁ ମୁଁ ମୋ ନିୟନ୍ତ୍ରଣ ରେ ରଖିବାର ଚେ଼ଷ୍ଟା ରେ

ନିଜକୁ ଅନେକ କଷ୍ଟ ଦେଇଛି ଆଉ ସହିଛି

ହେଲେ ଲାଭ କିଛି ନାହିଁ କାରଣ ମୋର ଯନ୍ତ୍ରଣା ରେ

କାହାକୁ ଫରକ ପଡିବାର ଦ୍ରୁଷ୍ଟାନ୍ତ ବି ନାହିଁ।

ଶୈଶବ ର ସ୍ମୃତି ବଡ ହେବାର ଭୟ

          ଖୁସି କୁ ଅତି ପାଖରୁ

 ଛୁଇଁ ନପାରିବାର ଅନେକ କୋହ.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy