STORYMIRROR

Anirudha Kund

Tragedy Classics

3  

Anirudha Kund

Tragedy Classics

ସହର ମୁହାଁ ଗାଁ

ସହର ମୁହାଁ ଗାଁ

1 min
69


ବେଳ ତାଳେ ତାଳେ ସବୁ ତ ବଦଳେ

  ବଦଳି ଯାଇଛି ମୋ ଗାଁ

ନାଲିଗୋଡି ରାସ୍ତା ପକା ତ ହେଇଛି

   ଗତି ଟା ସହର ମୁହାଁ


ପାଞ୍ଚଟା ଟଙ୍କାରେ ଡାଲମାକୁ ଭାତ

    ଯୋଜନା ଜନମୁଁ ମରଣ

ଟଙ୍କାକରେ ମିଳେ ଚାଉଳ ବହୁତ

   ନାହିଁ ଚାଷର କଷଣ


ଚଷାପୁଅ ଆଜି କରୁନାହିଁ ଚାଷ

  କିଣେ ବିରି ମୁଗ ଧାନ

ବ୍ରାହ୍ମଣ ଭୁଲିଛି ବ୍ରହ୍ମ ଉପାସନା

  ଧର୍ମର ଚାଲେ ଧର୍ଷଣ


ମଉରାଳି ମୀନ ଧରୁନି କେଉଟ

   ପାଣିରେ ବିଛାଇ ଜାଲ

ଚୋରା ଚଇତାଳି ସୁଲୁ ସୁଲୁ ବାଆ

   କାହାକୁ ଲାଗୁନି ଭଲ


ଗାଁ ସାଥି ମେଳ ସେ ପିଲା ବେଳ

   ଦିଶୁନି ନିଜର ପଣ

ଚାଳ ଛପର ର ସରଳ ଜୀବନ

   ପରୋପକାର ପରାଣ


ନାହିଁ ପରାବଢି ସାହୁ ଝିଅ ମୁଢି

   ସେଦିନ ନଡିଆ କୋରା

ମାଇପି ମେଳର ନଈକୂଳ ଗପ

   କାଞ୍ଚନ କାଖର ଗରା


ଖେଳ ପଡ଼ିଆଟା ଖାଲି ତ ପଡିଛି

   ଖେଳୁ ନାହିଁ କେହି ଖେଳ

ମୋବାଇଲ ଧରି ଚାଟିଙ୍ଗରେ ଖାଲି

   କାଟନ୍ତି ସଭିଁଏ ବେଳ


କୃଷ୍ଣଭକ୍ତ ସଙ୍ଗୀ ଭାଗବତ ଟୁଙ୍ଗି

   ବନିଛି କ୍ଲଅବ ଘର

 କୁଢ କୁଢ ଏଠି ମଦର ବୋତଲ

   ଲାଗୁଅଛି ଭାରି ଡର


ଗୋଟେଚାଳ ତଳେ ଦୁଇ ଚୁଲି ଜଳେ

   ଦଳ ପତାକାକୁ ଧରି

ଦଳ ପାଇଁ ଆଜି ହଣା କଟା ଚାଲେ

  ଭାଇ ସାଜେ ଲୋ ଭଗାରି


କଦମ୍ବ ଡାଳରେ ଝୁଲୁନି ଶ୍ରାବଣ

   ମଦରେ ଭିଜେ ଚିକେନ

ଗୋଡ ଟଣା ଟଣି ସଭିଁଏ କରନ୍ତି

   କଙ୍କଡା ପରି ଜୀବନ


 ଗରିବ ବିକଳ ଦୁଃଖେ ଟଳମଳ

   ବୋଲ୍ ବାଲା ଏଠି ଧନୀ

 ଜୋଅର ଯାହାର ମୁଲକ ତାହାର

    କଥା କହୁଥାଏ ମନି


ସଶକ୍ତ ହେଲେଣି ମହିଳା, ଦିଶୁନି

    ଶାଢିପିନ୍ଧା ଭୁଆସୁଣୀ 

ଦୂର୍ଗା ପୂଜନରେ ଅର୍ଦ୍ଧନଗ୍ନ ହୋଇ

   ଫୁଙ୍ଗୁଳା ନାଚେ ରମଣୀ


ବଦଳି ଗଲାଣି ଗାଁ ଚାଲି ଚଳଣି

   ବଦଳି ଗଲାଣି ଯୁଗ

ମହିଷା ପାଳୁଛି ଦୂରୁଗା ଅଷ୍ଟମୀ

  ଦେବୀଙ୍କୁ ଲଗାଇ ଭୋଗ 

    

ମିଠା ମିଠା କଥା ଛଳ ପ୍ରତାରଣା

    ଅବିଶ୍ବାସ ର ଗରଳ

ନାସ୍ତିକ ଶୁଣାଏ ନୀତି ବାଣୀ ନିତି

    ପାଖଣ୍ତି କଥା ବିରଳ


ଗାଁ ନାହିଁ ଗାଁ ପରି ସୁଖର ସମ୍ଭାର

    ଐକ୍ଯ ଏକତାର ବଳ

ସହର ମୁହାଁଟା କେତେ ଯେ ସୁନ୍ଦର

   ଭାବିବ ଟିକେ ସକଳ ।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Tragedy