STORYMIRROR

BHAGABANA NAIK

Tragedy

3  

BHAGABANA NAIK

Tragedy

ଜାଣିବାକୁ ଚାହେଁ

ଜାଣିବାକୁ ଚାହେଁ

1 min
197

ହେ ସମୟ! 

ଅଛି କି ତୁମ ତାଲିକାରେ

ଅନ୍ୟାୟ, ଅତ୍ୟାଚାର... 

ବର୍ବରତା ଓ ଲୁଟ୍'ତରାଜ୍! 

ଲିଭେଇନ କି ପ୍ରତି ପୃଷ୍ଠାରୁ 

ଭୟଙ୍କର ସୁନାମି... 

ବନ୍ୟାର ବିଭୀଷିକା... 

ଚିର ମରୁଡିଗ୍ରସ୍ତତା.. 

ଦୁର୍ଭିକ୍ଷ ଆଉ ଭୂମିକମ୍ପର ଆଭାସ! 

ବାଦ୍ ଦେଇନ କି ତୁମ ରୁଟିନ୍'ରୁ 

ଦାରିଦ୍ର୍ୟର ତାଡନା,ପିଲାବିକ୍ରି... 

ବେଶ୍ୟାବୃତ୍ତି ସାଥେ ଭୃଣହତ୍ୟା! 

ପୋଛିଦେଇନ କି ମନରୁ 

ଅଧିକାରରେ ଜୁଲୁମ୍... 

ଧର୍ମଭାବନାରେ ଦଙ୍ଗା... 

ଚାମଚାଗିରି ଓ ସନ୍ତ୍ରାସବାଦ୍! 

ସଜେଇନ କି ତୁମ ଟିକି ଫର୍ଦ୍ଦରେ 

ସ୍ନେହ, ସୌହାର୍ଦ୍ଦ୍ୟ,ଆତ୍ମୀୟତା..

ଭାଇଚାରା,ସମର୍ପଣ ଭାବ, 

ତ୍ୟାଗ,ତିତିକ୍ଷା ସାଥେ 

ନିଃସ୍ୱାର୍ଥପରତା! 

ରଖିନ କି ଟିକି ଫର୍ଦ୍ଦରେ 

କିଛି ଅଭିଳାଷା...

ହେବାକୁ ଦୃଢ଼ମନା...

କର୍ତ୍ତବ୍ୟପରାୟଣ

ଆଉ ଅଧ୍ୟବସାୟୀର ବାର୍ତ୍ତା! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy