STORYMIRROR

Kishore Nayak

Tragedy Inspirational

3  

Kishore Nayak

Tragedy Inspirational

ଏ ଜୀବନ ପଥ

ଏ ଜୀବନ ପଥ

1 min
219


ଏ ଜୀବନ ପଥ 

        ଭାରି କଣ୍ଟକିତ 

ପାଦେ ପାଦେ ଏଠି 

       ବିପଦ ସଂକେତ ll

ଆଶା ଏଠି ମରେ 

       ନିତି ନିରାଶାରେ 

ଭରସା ତୁଟଇ 

     ଧୋକା, ଶଠତାରେ ll

ବିଶ୍ୱାସ ତ ଏଠି 

        ଧିକ୍କାରେ ନିଜକୁ 

ନିନ୍ଦିବାଟା ସାର 

        ନିଜର ଭାଗ୍ୟକୁ ll

ଜୀବନ ଜଳୁଛି 

        କ୍ଷୁଧାର ଅନଳେ 

ଅଧିକାର ବନ୍ଦୀ 

        କ୍ଷମତା କବଳେ ll

ସ୍ବପ୍ନ ଏଠି ମୃତ 

       ଖାଲି ଅବଶୋଷ 

ଅଙ୍କୁଶ କୋଠିରେ 

        ବନ୍ଦୀ ଅଭିଳାଷ ll

ରାତି ବିକଟାଳ 

       ବ୍ୟଥା ଭରା ଦିନ 

ବଞ୍ଚିବାର ରାହା 

       ଖୋଜୁଛି ଜୀବନ ll

ଅସାର ସଂସାର 

       କିଛି ନୁହେଁ ସ୍ଥିର 

କଥା ଏଠି ସବୁ 

        ପର ଆପଣାର ll

କେବେ ହସ କେବେ 

       ଲୁହ, ଅଭିମାନ 

ସୁଖ, ଦୁଃଖ ଭରା 

       ପରା ଏ ଜୀବନ ll

ଆସିବାଟା ଏକା 

      ଯିବାଟା ବି ଏକା 

ଘଟୁଛି ଘଟିବ 

     ଯାହା ଅଛି ଲେଖା ll

ତଥାପି ତ ଏଠି 

      ଚାଲିବାକୁ ହେବ 

ଏ ଜୀବନ ପଥ 

      ଯେତେ ଦୂର ଥିବ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy