STORYMIRROR

Kishore Nayak

Tragedy

3  

Kishore Nayak

Tragedy

ଜୀବନ ସ୍ୱରୂପ

ଜୀବନ ସ୍ୱରୂପ

1 min
189

ଏ ଜୀବନ, 

କେତେବେଳେ କାନ୍ଦେ ଅସରା ଲୁହରେ 

               କେତେବେଳେ ଦିଏ ହସି 

କେତେବେଳେ ପୁଣି ମାନ ଅଭିମାନେ 

                ମନେମନେ ଯାଏ ରୁଷି ll

କେତେବେଳେ ଗଢେ ସ୍ବପ୍ନର ମହଲ 

                ଭାବନା ରାଇଜେ ବୁଡି 

କେତେବେଳେ ପୁଣି ମନ ଆକାଶରେ 

                ପକ୍ଷୀ ସମ ଯାଏ ଉଡି ll

କେବେ ଏ ଜୀବନ ଆସକ୍ତି ବନ୍ଧନେ 

                ଅଜ୍ଞାନେ ହୁଅଇ ବାନ୍ଧି 

କେବେ କେବେ ପୁଣି ତିକ୍ତ ବିତୃଷ୍ନାର 

              କ୍ଷୋଭରେ ହୁଅଇ ଛନ୍ଦି ll

ନିଜ ଦୁଃଖେ ନିଜେ ସଂସାରି ସାଜଇ 

             ଅନ୍ୟ ଦୁଃଖେ ମହାଜ୍ଞାନୀ 

ସବୁ ଜାଣି ପୁଣି ଅଜଣା ବାଟରେ 

               ନିଜକୁ ପାରେନି ଚିହ୍ନି ll

ଆଶା ନିରାଶାର ଜୀବନ ଯୁଦ୍ଧରେ 

          କେବେ ଜିତେ କେବେ ହାରେ 

ସଫଳତା କେବେ ବିଫଳତା ପଥେ 

            ଖୋଜି ଖୋଜି ଦିନ ସରେ ll

କେବେ ଅହଂକାର କେବେତ ବିକାର 

              କେବେ ପୁଣି ଆତ୍ମଗ୍ଲାନି 

କେବେ ଏ ଜୀବନ ହୁଏ ମୋହ ଶୂନ୍ୟ 

               ଅନାସକ୍ତ-ସ୍ୱାଭିମାନୀ ll

କେବେ ଅନୁତାପ କେବେ ପରିତାପ 

             ଭାବନାର ପଥେ ପଥେ 

କେବେ ଏ ଜୀବନ ଯାତନାରେ ପୂର୍ଣ୍ଣ 

             ଚାଲଇ ଜଞ୍ଜାଳ ସାଥେ ll

କେବେ ଏ ଜୀବନ ସାଜଇ ରାଜନ 

               ସ୍ୱପ୍ନର ମୁକୁଟ ପିନ୍ଧି 

ମୋହ ମାୟା ଘେରା ଏ ଜୀବନ ପରା 

             ମିଛେ ହୁଏ ଖାଲି ଧନ୍ଦି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy