STORYMIRROR

Kishore Nayak

Tragedy

3  

Kishore Nayak

Tragedy

ପରିବର୍ତ୍ତନ

ପରିବର୍ତ୍ତନ

1 min
166


ବିଶ୍ବପିତାଙ୍କର ଏଇ ଅନବଦ୍ୟ ସୃଷ୍ଟିରେ 

ଏ ଜୀବନ ଯେପରି ଗତିଶୀଳ 

ସେପରି ପରିବର୍ତ୍ତନଶୀଳ ମଧ୍ୟ 

ପ୍ରକୃତିର ନିୟମନାରେ 

ବିବର୍ତ୍ତନବାଦର ଦାୟିତ୍ୱବୋଧକୁ 

ପ୍ରତିଟି ସୋପାନରେ 

ସମ୍ପାଦନ କରିବା ଭିତର ଦେଇ 

ପରିବର୍ତ୍ତନର ସ୍ୱତଃ ଗୁଣବତ୍ତାରେ 

ଯେପରି ପ୍ରାତଃ ଧିରେ ଧିରେ ମଧ୍ୟାହ୍ନରେ ରୂପାନ୍ତରିତ ହୁଏ 

ଠିକ୍ ସେଇପରି 

ରୂପାନ୍ତରିତ ଅବଚେତନରେ 

ମଧ୍ୟାହ୍ନ ବି ଅପରାହ୍ନର ବନ୍ଧ ଡେଇଁ 

ଗୋଧୂଳିକୁ ପ୍ରତୀକ୍ଷା କରିଥାଏ 

ପରିବର୍ତ୍ତନର ଏକ ବିବର୍ତ୍ତିତ ପ୍ରକ୍ରିୟାରେ l

ଆଉ ଏହାରି ଭିତର ଦେଇ 

ସଞ୍ଜ ଆସେ 

ମିଞ୍ଜି ମିଞ୍ଜି ମୁହଁ ଅନ୍ଧାରରେ 

ରାତ୍ରି ଆଗମନର ବାର୍ତ୍ତା ନେଇ l

ଏଇତ ପରିବର୍ତ୍ତନ 

ଯେମିତି ଦିନ ପରେ ରାତି ଆଉ ରାତି ପରେ ଦିନ l

ସମୟର ଘୁର୍ଣ୍ଣନରେ 

ଏଠି ପ୍ରକୃତି ବି ତାର ରୂପ ବଦଳାଏ 

ଋତୁ ଚକ୍ରର ପରିଧିରେ 

ଖରା ବର୍ଷା ଆଉ ଶୀତର ଅନୁଭବତାକୁ ଉପଲବ୍ଧି କରି l

ଆଉ ଏ ଜୀବନ ବି ଠିକ୍ ସେଇପରି 

ପରିବର୍ତ୍ତନର ଅନ୍ତଃସ୍ୱରରେ 

ନିଃଶବ୍ଦ ରୂପାନ୍ତରରେ 

ଏ ଜୀବନ 

ପ୍ରତିଟି ମୁହୂର୍ତ୍ତରେ ବିବର୍ତ୍ତିତ ଆଉ ରୂପାନ୍ତରିତ ହୋଇ ଚାଲେ 

ଯେପରି ଶୈଶବରୁ କୈଶୋର 

କୈଶୋରରୁ ଯୌବନ 

ଆଉ ଯୌବନରୁ ବାର୍ଦ୍ଧକ୍ୟ l

ତେଣୁ 

ସୃଷ୍ଟିର ନିୟମନାରେ 

ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ 

ଏଠି କିଛି ବି ଚିରସ୍ଥାୟୀ ନୁହେଁ 

ସବୁ କ୍ଷୀଣ ଭଙ୍ଗୁର 

ସୁଖ, ଦୁଃଖ, ହସ, କାନ୍ଦ, ଭଲ, ମନ୍ଦ, ସବୁ ପରିବର୍ତ୍ତନଶୀଳ

ସବୁ ଗୋଟେ ଗୋଟେ 

ନିର୍ଦ୍ଧାରିତ ସମୟର ରୂପରେଖ ମାତ୍ର l

କିନ୍ତୁ ବେଳେବେଳେ କାହିଁକି ଏହାର ବ୍ୟତିକ୍ରମ ଘଟେ? 

ପରିବର୍ତ୍ତନ କେବେ 

କର୍ମ ଆଉ ଭାଗ୍ୟର ଦୋଛକିରେ 

ବାଟ ବଣା ହେଇଯାଏ ତ 

ପୁଣି କେବେ ଅପାରଗତାର ଅଡୁଆ ସୂତାରେ 

ବାନ୍ଧି ହୋଇଯାଏ 

ପୁଣି କେବେ କୁତ୍ରିମ ମୁଷ୍ଟିମେୟତାର 

ନିପୀଡିତ ପଞ୍ଝା ତଳେ

ଜୋର୍ ଜବରଦସ୍ତ ଚାପି ହୋଇ ରହିଯାଏ l

ଆଉ ଏହାରି ଭିତର ଦେଇ 

ଆତ୍ମବିଶ୍ୱାସ ବି ତା'ର ଅସ୍ତିତ୍ବ ହରାଏ l

ଅଳ୍ପ ଅଳ୍ପ ଗଳ୍ପର ଘଟଣା ପ୍ରବାହରେ 

ଏ ଜୀବନ ବେଳେବେଳେ 

ଦୁଃଖ ଆଉ ଯନ୍ତ୍ରଣାର ଚିର ସହଚର ପାଲଟିଯାଏ l

ଆଶା, ଅଭିଳାଷ ଆଉ ସ୍ବପ୍ନ ସବୁ 

ନଣ୍ଡା ବରଗଛ ଦଣ୍ଡାକୁ ଛାଇ ପରି 

ନିଜର ଅସ୍ତିତ୍ବକୁ ଜାହିର୍ କରିବାପାଇଁ ଯେତେ ଚେଷ୍ଟା କଲେବି 

କିଛି ଫଳ ହୁଏନି 

ବରଂ ସବୁ କିଛି ଏକ ଅନିଶ୍ଚିନ୍ତ ଭବିଷ୍ୟତର ଅତଳ ଗର୍ଭରେ 

ନିଶ୍ଚିହ୍ନ ହୋଇଯାଏ l

ଆଉ ଜୀବନ !

ତଥାପି ଏଠି ଧାଉଁ ଥାଏ 

କେଉଁ ଏକ ଆଶାତୀତ ପରିବର୍ତ୍ତନର 

ସେଇ ନୂଆ ସକାଳର ଆଗମନକୁ ଅପେକ୍ଷା କରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy