STORYMIRROR

Sanjya Tripathy

Tragedy

3  

Sanjya Tripathy

Tragedy

ନିଆଁର ଦର୍ପଣରେ ପ୍ରତିବିମ୍ବ ଏକ ମୃତ ସୂର୍ଯ୍ୟର

ନିଆଁର ଦର୍ପଣରେ ପ୍ରତିବିମ୍ବ ଏକ ମୃତ ସୂର୍ଯ୍ୟର

1 min
236


ଦର୍ପଣ ଦେଖିଦେଖି ଦାଢ଼ି କାଟୁଥିବା ବେଳେ ମନେ ପଡନ୍ତି ଚିରନ୍ତନି ପ୍ରିତିଲଗ୍ନା ପ୍ରିୟା 

 ରୋମନ୍ଥନ ହୁଏ ଅତୀତର ମଧୁତିକାତ ସ୍ମୃତି

 ଯେତେସବୁ ଛଳନା, ପ୍ରତାରଣା ଓ ପ୍ରବଞ୍ଛନାର ଶଜଳରେ ମୌସୁମୀ ସିକ୍ତା ପ୍ରିୟା ଏବେ ନିବେଦ,ନିର୍ବିଶଙ୍କ,ନିର୍ବିକାର

 ଜଗତ କଲ୍ୟାଣ ପାଇଁ ସେ ସାଜିଛନ୍ତି ନୀଳକଣ୍ଠ ସ୍ଥିତାଇପ୍ରଜ୍ଞ ଆଫଗାନୀ ଆକାଶରେ ଚନ୍ଦ୍ରର ରକ୍ତିମ ଦ୍ୟୁତି ଆତଙ୍କ

ଓ ଆଶଙ୍କାର ନୀଳବଳୟରେ ମାଳତୃଷ୍ଣା ଆକର୍ଷଣରେ ମୋହଗ୍ରସ୍ତ ଅଭିମନ୍ୟୁ

ଏବେ କରୋନା କାଳ ରେ ବାଲ୍ମୀକି ବି ଗୃହବନ୍ଦୀ

ଅଭିମପ୍ତ ଗନ୍ଧର୍ବର ଅନ୍ତରଙ୍ଗ ସହାୟତାରେ ବେଳାଭୂମିର ସୂର୍ଯୋଦୟ ଆସେ ନୂତନ ସମ୍ଭାବନାର ଦିଗନ୍ତ ଶବ୍ଦର ଦୋଳି ଖେଳୁଥାଏ

ଅନ୍ଧ ଚିତ୍ରକର ଅନୁଭୂତିର ବିଚିତ୍ରବର୍ଣ୍ଣା କାନଭାସରେ

ପ୍ରତି ଈଶ୍ୱରଙ୍କ ସ୍କେଚ ଭୋକର ଭୂଗୋଳ ଓ ଦାରିଦ୍ର୍ୟର ତ୍ରିକୋଣମିତିରେ 

ଗଣଦୁଷ୍କର୍ମ ସାଜିଛି ସମାଜର ନୂତନ ଫେଶନ୍

 ଏବେ କରୋନା ଓ କ୍ଷୁଧାମୁକ୍ତ ବିଶ୍ଵର ପରିକଳ୍ପନାରେ ସମ୍ପର୍କର ସୁରମ୍ୟ ସୃଜନଶୀଳତାକୁ ପାଥେୟ କରି ଝରିଆସେ

ଏକ ଅନନ୍ୟା , ବାସନ୍ତିକ କବିତା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy