STORYMIRROR

DEEPAK KUMAR PATRA

Tragedy

3  

DEEPAK KUMAR PATRA

Tragedy

ଭାଗ୍ୟ

ଭାଗ୍ୟ

1 min
189

ସତରେ ମୋ ଭାଗ୍ୟଟା କ'ଣ

ଏତେ ଖରାପ ଯେ

ଜଣକୁ କିଛି କହିବା ଆଗରୁ ହିଁ

ସବୁକିଛି ଝୋଲ ଝାଲ ହେଇଯାଏ ।।

ସେ ମୋ ପାଖରେ ଥାଇ ବି

ସବୁ କିଛି ସେ ଜାଣିଥାଇବି

ମୁଁ ବେଳହୁଁ କିଛି କହିପାରେନା 

ଖାଲି ଚୁପ ରହିଯାଏ ।।

ବୋଧେ ମୋ ମନରେ

ଖାଲି ଭାବିବା ଆଉ ଭାବନାରେ 

ତା ସହ ହଜିଯିବା ହିଁ ଲେଖା 

ନା ଆଉକିଛି ଜାଣିପାରେନା ।।

ମୋର ହୃଦୟ ସତେ ଏତେ ଦରଭଙ୍ଗା ଯେ

ଜଣକୁ ମନ କଥା କହିବା ଆଗରୁ ହିଁ

ସେ ଆଉ କାହାର ହେଇଯାଏ ।।

ଜାଣିନି କାହିଁକି ଯେ ଏମିତି ହୁଏ

ଯାହାକୁ ଚାହେଁ ସେ ଚାହିଁବା ଆଗରୁ ହିଁ 

ମୋ ଠୁ ଦୁରେଇ ଯାଏ ।।

ବେଳେବେଳେ ନିଜେ ଭାବି ବସେ ଯେ 

ମୋର ଭାବିବାଟା ଭୁଲ

ନା ମୋର ଭାବନା ହିଁ ଭୁଲ ।।

ଜୀବନର ଏତିକି ସମୟ ଟାକୁ

ମୋର ସମାଲୋଚନା କରିବାଟା ଭୁଲ 

ନା ମୋ ଜୀବନର ଅନୁଶୀଳନଟା ହିଁ ଭୁଲ ।।

ହେଲେ ବି ଜୀବନର ଏଇ ଟିକକ

ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟରେ

ସେ ଆଜିବି ମୋ ମନେ ଜୀଵିତ ପ୍ରତିମାଟିଏ

ତାର ମୁଖ ହସରେ ସବୁବେଳେ ଖେଲିଉଠୁଥିବା 

ମୋ ଅଗଣାର ପ୍ରସ୍ଫୁଟିତ ଗୋଲାପଟିଏ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy