STORYMIRROR

Priyabrata Mohanty

Tragedy Inspirational

3  

Priyabrata Mohanty

Tragedy Inspirational

ଭାବି ଥରେ ଦେଖ

ଭାବି ଥରେ ଦେଖ

1 min
180

କରୋନା ର ଚାପ      ତାଲାବନ୍ଦୀ କମ୍ପ

ଗୃହବନ୍ଦୀ ଏଠି ଦେଉଛି ବାମ୍ଫ ।

ରୋଜଗାର ସବୁ     ହୋଇଛି ଚମ୍ପଟ

ନେତା ପିଟୁଛନ୍ତି ଭାଷଣ ଘଣ୍ଟ ।୧।


ଦେଶ ଅର୍ଥନୀତି      ଭୁସିଡ଼ି ଗଲାଣି

ନେତାଙ୍କୁ ଲାଗେନା ଟିକିଏ ଦୁଃଖ।

ପୋକ ମାଛି ପରି      ମରୁଛନ୍ତି ଲୋକ

ପ୍ରଶାସନ କିଆଁ କରିବ ଶୋକ ।୨।


ବନ୍ୟା ବାତ୍ୟା ହେଲେ      ବଡ଼ ଠାରୁ ସାନ

ସଭିଙ୍କୁ ଆଶ୍ରୟ ଯୋଗାଇ ହେବ ।

ନିର୍ବାଚନ ଏଠି      ହୋଇ ଯେ ପାରିବ

ବିଦ୍ୟାଳୟ ସବୁ ବନ୍ଦ ରହିବ ।୩।

 

ସଭିଙ୍କୁ ମିଳିବ      ମାଗଣାରେ ଟୀକା

ଜନତା କାହିଁକି କରେ ଆଶଙ୍କା ।

ସ୍ୱାସ୍ଥ୍ୟ ସେବା ପାଇଁ      ଉଡୁଛି ତ ଟଙ୍କା

ତଥାପି ବ୍ୟବସ୍ଥା ଦିଶଇ ଫିକା ।୪।


କାନୁନ ଆଖିରେ      ବନ୍ଧା ଅଛି ପଟି

ବେପାରୀ ଦେଶକୁ ନେଉଛି ଲୋଟି ।

ବିରୋଧୀ ଦଳର      ଫିଟୁନାହିଁ ପାଟି

ଚାଷୀ ପୁଅ ଏଠି ମରୁଛି ଖଟି ।୫।


ଶୋଷଣ ଧର୍ଷଣ      ଭରା ଘୃଣ୍ୟ କୃତି

ସଙ୍କଟରେ ଆଜି ମାନବ ଜାତି ।

ସବୁଠିଁ ଚାଲୁଛି      ତୁଚ୍ଛ ରାଜନୀତି

ସିଂହାସନ ପାଇଁ ଭ୍ରମିତ ମତି ।୬।


ଧନୀ ମୁଣ୍ଡେ ତେଲ      ମାରନ୍ତି ସଭିଏଁ

ଗରୀବର ସାଥି ଅଛନ୍ତି କିଏ ।

ନ୍ୟାୟ ଧର୍ମ ରାସ୍ତା      ଧରିଥିବ ଯିଏ

ହନ୍ତସନ୍ତ ହୋଇ ମରିବ ସିଏ ।୭।


ଆଧ୍ୟାତ୍ମିକ ଦେଶ      ଅଟଇ ଯେ ମୋର,

ଜଗତ ମଧ୍ୟରେ ଅତି ସୁନ୍ଦର ।

ପାଶ୍ଚାତ୍ୟ ପ୍ରଭାବେ      ଏଠି ନାରୀ ନର,

ପାସୋରି ଯାଇଛି ନିଜ ସଂସ୍କାର ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy