STORYMIRROR

Kishore Nayak

Tragedy

3  

Kishore Nayak

Tragedy

ଏ ଜୀବନ କିଛି କଥା କିଛି ଗାଥା

ଏ ଜୀବନ କିଛି କଥା କିଛି ଗାଥା

1 min
249

ଏ ମର ସଂସାରେ ଦିନେ ଏ ଶରୀର 

            ମାଟିରେ ତ ଯିବ ମିଶି 

ଜୀବନ ଆୟୁଷ ହୋଇଗଲେ ଶେଷ 

            ମୃତ୍ୟୁ ଡ଼ାକିନେବ ଆସି ll

ଜୀବନର ଧାରା ଏକଇ ତ ପରା 

             ଏଥିରେ ଦ୍ବିମତ ନାହିଁ 

ଜନ୍ମ ପଛେ ପଛେ ମୃତ୍ୟୁ ପଟୁଆର 

              ଚାଲୁଥାଏ ରହି ରହି ll

ଜନ୍ମ ଆଉ ମୃତ୍ୟୁ ଦୂରତ୍ୱ ମଝିରେ 

             ବଞ୍ଚିବା ବଢିବା ଖେଳ 

କିଏ ଜିତେ ଏଠି କିଏ ଯାଏ ହାରି 

            ଜୀବନ ପାଲଟେ କାଳ ll

କା' ପାଇଁ ଜୀବନ ଆନନ୍ଦ କାନନ 

             ବସାଏ ଖୁସିର ହାଟ 

କିଏ ଏଠି ମରେ ଭୋକ ଉପାସରେ 

             ଯନ୍ତ୍ରଣାରେ ଛଟପଟ ll

କା' ପାଇଁ ଜୀବନ ଦୁଇଟୋପା ଲୁହ 

            ଯାତନାର ବନ୍ଦୀଶାଳ 

କା' ପାଇଁ ଜୀବନ ହସର ଫଗୁଣ 

             କୃଷ୍ଣଚୂଡ଼ା ଦଳ ଦଳ ll

ଜୀବନ ପସରା ସୁଖ ଦୁଃଖ ଭରା 

            ଅସରନ୍ତି ତା'ର ଗାଥା 

କେବେ ଖୁସି କେବେ ଶଙ୍କା ଆଶଙ୍କାରେ 

           ଭରଇ ମରମେ ବ୍ୟଥା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy