STORYMIRROR

Rabindra kumar Sahoo

Tragedy

3  

Rabindra kumar Sahoo

Tragedy

ପରିଚୟ ମୋତେ ଦିଅନା

ପରିଚୟ ମୋତେ ଦିଅନା

1 min
234

  ଶିକ୍ଷାରେ, ଦୀକ୍ଷାରେ

  ସଂସ୍କାର, ସଂସ୍କୃତିିିିରେ

  ମୁଁ ସୁଦୃଢ

   ଜ୍ଞାନ, ଗାରିମାରେ

   ମୁଁ ବି ସବଳ

   ସତ କହିବାରେ

   ସଚ୍ଚୋଟ ପଣିଆରେ

  ନିଜକୁ ସଜାଏ ଧୁରନ୍ଧର

   ସେ ପାଇଁ ଆଜିକା

  ଏ ସମାଜ କୁହେ

   ଏସବୁର ପରିଚୟ

   ମୋତେ ଦିଅନା

   ପିତ୍ତଳଟା ଏଠି ସୁନା

   ଅରୁଆ ହୁଏ ଉଷୁନା

  ବଡବଡିଆଙ୍କୁ ଚାରିଖୁଣ୍ ମାଫ୍

  ଗରିବ ବାପୁଡା

   ସାଜେ ସମାଜେ ନୁଁଛୁଣା

   ସତ୍ ପଥରେ ଯାଇ

   ସମାଜେ ପ୍ରତିକ୍ଷେତ୍ରେ

  ପାଏ ସେ କେତେ ଗଞ୍ଜଣା

  ହେ ଧନ ମୋ

  ମୁଁ ଦେଶ, ସମାଜ ଓ

  ଅନୁଷ୍ଠାନ କହୁଛି ତୁମକୁ

  ତୁମ ପରିଚୟ 

   ମୋତେ ଦିଅନା ।

  ପଢ ଏବେ ଅପଢା ପାଠ

  ତିନି ଦ୍ଵିଗୁଣେ କୁହ ତୁମେ ଆଠ

  ଯେତେ କରିବ ତୁମେ

  ଏଠି କୂଟ କପଟ

   ପର ଘରେ ଯଦି

     ଲଗେଇବୁ ନାଟ

  ତେବେ ସମାଜେ

    ହେବରେ ବାବୁ 

   ତୁମେ ଭଲ ଚାଟ

   ନ ହେଲେ ଦେଶ,ସମାଜ,

   ତଥା ବିଶ୍ଵ ସମୁଦାୟରୁ

   ବାଜିବ ତୁମ ପିଠିରେ ଛାଟ

   ଭୁଲିଯିବ ତୁମେ

    ତୁମ ଜ୍ଞାନ, ଗାରିମା

   ଭୁଲିଯିବ ପାଠଶାଠ

   ସତ କଥା ବାବୁ ତୁମେ କୁହନା

   ଦିନ ଦ୍ଵିପ୍ରହରେ ଲଣ୍ଠନ ଦେଖାଇ

   ଜନତାଙ୍କୁ କରିଦିଅ ନବୀନା

   ତେବେ ଉଡାଇବ ସବୁଠି ତୁମେ

    ବିଜୟର ବାନା

   ସତ୍ୟ, ସଚ୍ଚୋଟପଣିଆର

    ପରିଚୟ ଆଉ ମୋତେ ଦିଅନା ।

   ଲଙ୍ଗଳା ଫକୀରଙ୍କୁ ଯେତେ ଲୁଟିବ

   ଗରିବଙ୍କ ତଣ୍ଟି ଯେତେ କାଟିବ

   ତୁମ ଭାଗ୍ୟ ଉଦୟର ବେଳ

    ଝଟ୍ ପଟ୍ ହୋଇ ଫିଟିବ

   ସତ କଥା ଯଦି ତୁମେ କହିବ

    ନ୍ୟାୟ ପଥେ ଯଦି ଚାଲିବ

   ତେବେ ତୁମ କପାଳଟା ଫାଟିବ

   ତୁମ ଘର ପରିବାର ତୁମରି ସଂସାର 

   ଏ ଦୁନିଆଁରୁ ପ୍ରଥମେ ହଟିବ 

  ଆରେ ମହନା

    ତୁମେ ଜମା ନ୍ୟାୟ,

   ସତ୍ୟ, ଧର୍ମ କଥା 

   ଏବେ ଆଉ କୁହନା

  ତୁମ ସମଭାବାପନ୍ନ

   ସମଦର୍ଶୀ ଗୁଣ କଥା

   ସମାଜ ଆଗରେ କୁହନା

   କେବେ ପରକୁ ଆପଣା

  କରିବାକୁ ନିଜ ମନ ଓ

    ହୃଦୟକୁ ନିଅନା

   ସଦ୍ ଗୁଣ, ସଦ୍ ଜ୍ଞାନର

    ପରିଚୟ ତୁମ

    ମୋତେ ବାବୁ ଦିଅନା ।

   ଯେତେ ପାର ଲାଞ୍ଚ ଖାଇବ

   ମିଛ ଟାଉଟରୀ କଥା କହିବ

   ତୁମ ଧନ ଦୌଲତର

   ବୃଦ୍ଧି ହୋଇବ

   ତୁମେ କ୍ଷମତା ଚଉକି ପାଇବ

   ମା' ମାଟି ପାଇଁ ମିଛି ମିଛି

   କାନ୍ଦ କାନ୍ଦି ଜନତା ହୃଦକୁ

    ଯେତେ ଦହିବ

   ସମାଜେ ଓ ରାଷ୍ଟ୍ରେ

   ବଡ ନେତା ପୁଣି ହୋଇବ

   ସତ କଥାରେ କି ଭାତ ମିଳିବ

   ମିଛ ପନ୍ଥାରେ ରାଷ୍ଟ୍ର ମିଳିବ

    ରାଷ୍ଟ୍ରୀୟ କ୍ଷମତା ମିଳିବ

   ନୀତି, ଆଦର୍ଶ,

    ସତ୍ ମାର୍ଗ କଥା ଗୁଡା

   ତୁମେ ଆଉ ମୋତେ କୁହନା

   ତୁମ ସଚ୍ଚୋଟ ପଣିଆର

   ମାନପତ୍ର ଗୁଡା

   ମୋ ପାଶେ ଆଣି ଥୁଅନା

   ତୁମ ନୀତି, ଆଦର୍ଶ

   ସମାଜ ସେବା ଭଳି

   ସଦ୍ ଗୁଣ ଯୁକ୍ତ

     ସଦ୍ ଜ୍ଞାନ ଯୁକ୍ତ

   ଚରିତ୍ର ପଞ୍ଜିକାର

   ପରିଚୟ ଗୁଡା

   ମୋତେ ଆଉ ତୁମେ ଦିଅନା

    ସମାଜ ଆଖିରେ 

    ନିଜେ ନିନ୍ଦିତ ହୁଅନା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy