Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amulya Kumar Nayak

Tragedy

3  

Amulya Kumar Nayak

Tragedy

*ଫେଡାଣ

*ଫେଡାଣ

1 min
262



ମିଶାଣର ଠାରୁ ଫେଡାଣର ଭାର

   ପଡିଲାଣି ବେଶି ଭାରି,

କି କାଳ ପଡିଛି ଏ ମରତେ ଆଜି

   ମଣିଷ ପଡୁଛି ବଳି ।


ଆୟୁଷ ଜଗିଛି ବୟସ ବାଟକୁ

   ଅଧା ପୁରୁନାହିଁ ଘଟ

ଛଟପଟ ହୁଏ ପ୍ରାଣ ପିଣ୍ଡ ପୁଣି

   ସରି ଯାଉଅଛି ନାଟ ।


ଋତୁ ପରି ରୂପ ବଦଳି ଚାଲିଛି

    ବଦଳୁଛି ମହାମାରୀ

କେତେବେଳେ ଡେଲଟା କେତେବେଳେ ବିଟା

    ପାରୁନି ବିଜ୍ଞାନ ଧରି ।


ନିର୍ଝରିଣୀ ଆଉ ସ୍ରୋତସ୍ବିନୀ ନାହିଁ

    ବଣ ହେଲା ସର୍ବନାଶ

ପୂଜାବିଧିଟିଏ ମନାସୀବୁ ଯଦି

    ମିଳେନାହିଁ ଦୂବଘାସ ।


ଗାଈଗୋଠ ମେଳି ନାହିଁ ତୋଟା କୋଳି

    ଗୋଚର ପଡିଛି ବନ୍ଧା

ବିଲୁଆ ନନା ବି କଙ୍କଡା ଧରୁନି

    ଲାଙ୍ଗୁଡଟା ଦିଶେ ଅଧା ।


ଡହ ଡହ ଖରା ଟହ ଟହ ତାତି

    ଆଷାଢରେ ମାଟି ଆଁ

ଜହ୍ମ ମାମୁଁ ଗୀତ ଗାଉନାହିଁ ମାତ

    କୁନା କାନ୍ଦେ କୁଆଁ କୁଆଁ ।


ବାଜୁନାହିଁ ବାଜା ଫୁଟୁନି ରୋଷଣୀ

    ବେଦୀର ପୋଡିଛି ମୁହଁ

ହଜାରେ ଜାଗାରେ ଶହେ ରୋଜଗାର

    କିଏ ଦେବ ଅବା ଝିଅ ?


ଚବିଶ ଘଣ୍ଟାକୁ ନିଅଣ୍ଟ ଯା'ଥିଲା

    ଛଅଘଣ୍ଟା ନେଇ ଚଳ

ସାତବାର ସାତ ସିଆଁରେ ଚାଲିଛି

    ପର୍ବକୁ ଗିଳିଛି କାଳ ।


ବଦଳୁଛି ଭବ ବଦଳୁନି ଭାବ

    ଅଭାବି ମଣିଷ ମନ

ସବୁ ଯଦି ତୋର ମରଣ ବି ତୋର

    ସଞ୍ଚୁଛୁ କାହିଁକି ଧନ ?


ହୋମ ଯଜ୍ଞ ପରି ଲିଭୁନାହିଁ ଚିତା

    ମଶାଣିକୁ ନାହିଁ ନିଦ

ଦଶ ଦିନ ଦଶ ତୁଠ ଯାଉନାହିଁ

     ପୁଅ ପରେ ବାପା ସୁଦ୍ଧ ।


ଜୀବ ଧର୍ମ ସଂଗେ ମିଶାଇଲେ ଧର୍ମ

     ପୂଣ୍ଯହେବ ପିଣ୍ଡ ପ୍ରାଣ

ଫେଡିବାକୁ କେହି ପାଶ ପଶିବେନି

     ଡରୁଥିବ ଜନ୍ତୁରାଣ ।


   


Rate this content
Log in

Similar oriya poem from Tragedy