STORYMIRROR

DEEPAK KUMAR PATRA

Tragedy

3  

DEEPAK KUMAR PATRA

Tragedy

ପ୍ରଶ୍ନ

ପ୍ରଶ୍ନ

1 min
202


ଏଠି ପ୍ରଶ୍ନ ତ ଅନେକ

ହେଲେ କ'ଣ ସବୁ ପ୍ରଶ୍ନର ଉତ୍ତର 

ସଠିକ୍ ଭାବରେ ସମସ୍ତଙ୍କୁ ଦେଇହୁଏ ?

ଏମିତି ବି କିଛି ଉତ୍ତର ଥାଏ

ତାକୁ କାହାକୁ କହିବା ଅପେକ୍ଷା 

ନିଜ ଭିତରେ ହିଁ ସମାହିତ କରିବାକୁ ହୁଏ ।।

ସବୁ ପ୍ରଶ୍ନର ଯେ ଉତ୍ତର ଥିବ 

ଏମିତି କ'ଣ ମାନେ ଅଛି ଯେ

ଆଉ ସବୁ ଉତ୍ତରର ନିହାତି ଅର୍ଥ ରହିଥିବ

ଏମିତି କୋଉଠି ଲେଖାଅଛି ଯେ ।।

ଖାଲି ପ୍ରଶ୍ନକୁ ଗୋଡେଇ ଗୋଡେଇ 

ଉତ୍ତର ଜାଣିବା ଆଶାରେ ଲାଳାୟିତ

କ'ଣ କେବେ ବୁଝିପାରେ କି ?

ଏଇ ପ୍ରଶ୍ନବାଚୀ ଚିହ୍ନଟିଏ 

ଜଣେ ବ୍ୟକ୍ତି ଜୀବନରେ

କେଉଁ ଝଡ଼ର ପ୍ରାରମ୍ଭ କରିଯାଏ ।।

ଏଇ ପ୍ରଶ୍ନ ବାଣଟି ମଧ୍ୟ ମଣିଷର ମନକୁ 

ବାରମ୍ବାର ଆଘାତ କରି 

ତା'ର ଚଲାପଥକୁ ଆନମନା କରିଦିଏ

ସେ ବିଭିନ୍ନ ଆଭ୍ୟନ୍ତରୀଣ ପ୍ରଶ୍ନର ଉତ୍ତର

ଖୋଜିଚାଲେ ମୂଳରୁ ଚୂଳଯାଏଁ

ହେଲେ ଉତ୍ତର ଖୋଜୁଖୋଜୁ ସୀମାଲଙ୍ଘି

ଉପରକୁ ହାତ ଟେକିଦିଏ ।।

ଏଇ ଜୀବନରେ ବେଳେବେଳେ

ଏମିତି ବି କେତେକ ପ୍ରଶ୍ନ

ଆଖି ସାମ୍ନାକୁ ଚାଲିଆସେ

ନା ତା'ର ଆଦି ଥାଏ ନା ତା'ର ଅନ୍ତ

ଖାଲି ପ୍ରଶ୍ନବାଚୀ ଚିହ୍ନଟିଏ ପରି ଉଦ୍ଭାହୋଇ 

ମଣିଷର ଜୀବନ ସହ 

ଓତପ୍ରୋତ ଭାବେ ଜଡିତ ହୋଇ 

ପ୍ରଶ୍ନଟିଏ ହେଇ ରହିଯାଏ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy