STORYMIRROR

Gouri Panda

Tragedy Inspirational

3  

Gouri Panda

Tragedy Inspirational

କାହାକୁ କହିବା ଭଲ

କାହାକୁ କହିବା ଭଲ

1 min
218


ଜାଣି ପାରୁନାହିଁ ଆଜି ଏ ଦିନରେ 

କାହାକୁ କହିବା ଭଲ? 

କହିବାକୁ ଯିବା ଦୁଃଖ ଯେ ନିଜର

ସେଇତ ହୁଅଇ ଭୁଲ। 

ଆମ ଦୁଃଖ କଥା ଶୁଣି ସାରି ସିଏ

ମୁରୁକି ମୁରୁକି ହସେ। 

ଉପାୟ କିଛି ତ ବତାଏ ନାହିଁ ସେ

ଗଳା ଖଙ୍କାରି କି କାଶେ।

ନିଜର ଭାବିଣ ମନର ଭାବ କୁ

ବଖାଣିବା ଯା'ର ପାଶେ। 

ଚୁଗୁଲି କରିବା ପାଇଁ ସେଇ ସାଙ୍ଗ 

ଯାଇ ଘରେ ଘରେ ପଶେ। 

କାହାକୁ କହିବା ମନର ଭାବନା 

କାହାକୁ କହିବା ଭଲ? 

ସଭିଏଁ ଶୁଣିବେ ସିନା ଦୁଃଖ କଥା

କହିବା ଆମର ଭୁଲ। 

ଏମିତି କେ ନାହିଁ ନିଜର ବୋଲି 

ଶୁଣି ସମାଧାନ କରେ। 

ଆଜି କାଲି ଆଉ ଦୁଃଖ ର କଥା

କହିବାକୁ ମୁହିଁ ଡରେ। 

ନିଜର ବୋଲି ଯା ଆଗେ କହିବି 

ମୋ ଦୁଃଖ କୁ ନେଇ ବିକେ। 

ଲୋକ ହସା ହେବା ଛାର ନହିଲା

ଅଧିକ ବ୍ୟଥାକୁ ଡାକେ। 

ଶୁଣ କାନ ଦେଇ ଥରେ ମୋ କଥା

ସବୁ ସହିଯିବା ଭଲ। 

ଆଜି ଏ ଦିନରେ ନିଜ ଦୁଃଖ କଥା 

କହିଲେ ହେଇବ ଭୁଲ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy