କିଏ ଜାଣେ
କିଏ ଜାଣେ


କିଏ ଜାଣେ କେତେବେଳେ
ଏ ଜୀବନ ଚାଲିଯିବ ତା' ଠିକଣା ବାଟରେ
ଜୀବନ ସଉଦା କରୁ କରୁ ଏଇ ସଂସାର ହାଟରେ l
ଚାହୁଁ ଚାହୁଁ ଆଖିପଲକରେ ଏଠି ଆସିଯିବ ଝଡ଼
ଅବେଳରେ ଅକାଳରେ ଭାଙ୍ଗିଦେଇ ଚାଲିଯିବ ଏଇ ଜୀବନର ନୀଡ଼ l
ଜୀବନର ବାଟ ଚାଲୁ ଚାଲୁ ଏଠି ରହିଯିବ ଅଧା
ବାକି ରହିଯିବ ପୁଣି ଏଇ ସଂସାର ହାଟରେ ଜୀବନ ସଉଦା l
କିଏ ଜାଣେ ହସୁ ହସୁ ଆଖି ଧାରେ ଆସିଯିବ ଲୁହ
ବାକ୍ ଶୂନ୍ୟ ଅନ୍ତରରେ ଭରିଯିବ ମେଞ୍ଚା ମେଞ୍ଚା ବୁକୁଫଟା କୋହ l
କିଏ ଜାଣେ କେତେବେଳେ ଲିଭିଯିବ ଏଇ ଜୀବନ ପ୍ରଦୀପ
ନିଃଶ୍ୱାସର ଚଲାବାଟେ ବିଶ୍ୱା
ସର ପଛପଟେ ଶୁଭୁଥିବ ମୃତ୍ୟୁର ବିଳାପ l
ଖୁସି ଦରିଆରେ ସ୍ନାନ କରୁ କରୁ ଏଠି ଆସିଯିବ ଦୁଃଖର ଲହଡି
ସବୁ ଖୁସି ଯିବ ଭାସି ଚାହୁଁ ଚାହୁଁ ଜୀବନକୁ ଦେବ ସେ ଉଜାଡି l
କିଏ ଜାଣେ କେତେବେଳେ ବିଶ୍ୱାସରେ ଏଠି ଭରିଯିବ ବିଷ
ବିଶ୍ୱାସ ଘାତକ ପୁଣି ଆପଣାର ଲାଗୁଥିବା ନିଜର ମଣିଷ l
କିଏ ଜାଣେ କେତେବେଳେ ବାଡ଼ ଏଠି ଖାଇଯିବ କ୍ଷେତର ଫସଲ
ପ୍ରବୃତ୍ତିର ପଞ୍ଝାତଳେ ବିଶ୍ୱାସ ପାଏନି ଏଠି ଭରସାର ମୂଲ l
କିଏ ଜାଣେ ଜୀବନର ଚଲାବାଟେ ଘଟିଯିବ କେଉଁ ଦୁର୍ଘଟଣା
ସମୟ ସୁଅରେ ଏଠି ଏ ଜୀବନଟା କୁଟା-କାଠି
କେତେବେଳେ ଭାସିଯିବ କାହାକୁ ବା ଜଣା? l