Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Tragedy

4.0  

Pranati Panda

Tragedy

ସ୍ଵୀକୃତି

ସ୍ଵୀକୃତି

1 min
182


ଆଖିର ଲୁହରେ ଜାଳି ହୃଦୟ ସଳିତା

      ମେଘମେଦୁର ରାତିରେ ,

ଅନେକ ନିଃଶବ୍ଦ ରାତ୍ରି ଉଜାଗର ରହି

      ଲେଖେ ସାଧା କାଗଜରେ ।


ଶବ୍ଦ ଯାଦୁକରୀ ମଧ୍ୟେ ରଙ୍ଗ ରୂପ ଭରି

      ବଖାଣିଛି କିଛି କିଛି ,

ତଥାପି ଅହେତୁକ ମନ ଆଶଙ୍କାରେ ତ

      କେବେ ଶିହରି ଉଠିଛି ।


ବୁଝେନା ବୋଲି ତ କିଛି ସମୟ କହୁଛି

       ମନ ଅଟକି ଯାଇଛି ,

ମନ ମଧ୍ୟେ ଠୁଳ ଅଛି ଅଭିମାନ ଯେତେ

       ଚିରା କାଗଜେ ରହିଛି ।


ଆଶାହୀନ, ଦିଶାହୀନ ବ୍ୟାକୁଳିତ ପ୍ରାଣ

       ଭଗ୍ନ ବୁକୁ ତଳ ସ୍ଫୀତି ,

 ସ୍ମୃତି ସୌଧକୁ ଲେଖିବା ପାଇଁ ଲୋଡାନାହିଁ

       ମୋର କାହାର ସ୍ଵୀକୃତି ।।



Rate this content
Log in

Similar oriya poem from Tragedy