STORYMIRROR

Sairat Satyajit

Romance Tragedy

3  

Sairat Satyajit

Romance Tragedy

ସମୟ ଆସେ!

ସମୟ ଆସେ!

1 min
220


ଭଲ ପାଇବା ଘୃଣାର ସ୍ଥାନ ନିଏ

ଆଉ ଘୃଣା ଭଲ ପାଇବାର

ହୃଦୟ ହାରିଯାଏ

ଛଳନା ହାଟରେ

ଅତୀତର ଅଙ୍କା ବଙ୍କା ରାସ୍ତା ସବୁ

ମାଡ଼ି ଆସେ ମନ ଉହାଡରେ

ବାଟବଣା କରେ ବର୍ତ୍ତମାନକୁ

ବୁଢିଆଣୀ ଜାଲ ପରି


ମାୟା ଜାଲରୁ ମୁକ୍ତ ହଉ ହଉ

ମରିଯାଏ ମଉଳି ଯାଏ

କୋମଳ ମନଟି


ସମୟ ଆସେ!


ଆମ ଭିତର ପବନ ସବୁ

ସାଜନ୍ତି ଶିଳା ରାଶି

ଦିଗନ୍ତ ସବୁ ଡେଙ୍ଗୁରା

ପିଟନ୍ତି ଡାଇକ୍ ସାଜି

କଥା ସବୁ ଯାଏ କମି କମି

ସାରା ବିଶ୍ୱକୁ ଭ୍ରମଣ କରିବାର

ବାଟଟି ହେଇଯାଏ 

କେଇ ମାତ୍ର କି. ମି.


ସୁଶୀତଳ ସାଗରର କୂଳ

ହେଇଯାଏ ଉଷ୍ଣ ପ୍ରସ୍ରବଣ

ଯୋଉଠି ଦିନେ

ତମ କୋଳରେ ମଥା ଦେଇ

ଭାବିଥିଲି ବତେଇବି 

ମୋ ସାରା ଜୀବନ!! 


ସମୟ ଆସେ!

ଦୁଃଖରେ ପୁଞ୍ଜୀଭୂତ ହାଡ ସବୁ 

ଲୁହା ହୋଇଯାଏ

ନିଃଶ୍ୱାସ ପ୍ରଶ୍ୱାସ ଝଡ଼ ହୋଇ ବହେ 

ଜମାଟ ବାନ୍ଧେ 

ଆଖିର ଲୁହ ବରଫ ଭଳି

ଏତେ ଶୁଷ୍କ ଯେ ଆସିବାର 

ନାଁ ନିଏ ନାହିଁ

କୋମଳ ଭାବନା ସବୁ 

ସାଜନ୍ତି କର୍କଶ ରୁକ୍ଷ 

କୋଇଲିର କୁହୁଧ୍ୱନି କଷ୍ଟ ଦିଏ 

ଭେଦି ଯାଏ ବକ୍ଷ 


ତୁମେ ଗଲା ପରେ 

ମଳୟ ବି ମୁହଁ ମୋଡି 

ଚାଲିଯାଏ ବସନ୍ତ ଅଧାରେ 

ସବୁଜ ଗାଲିଚା ସବୁ ଦିଶେ ସ୍ଵପ୍ନ ପରି 

ତୁମ ଆମ ସମ୍ପର୍କ ସାଜେ - 

ମରୁଭୂମି ବାଲି!! 


......................................................... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance