STORYMIRROR

DEEPAK KUMAR PATRA

Tragedy

3  

DEEPAK KUMAR PATRA

Tragedy

ନାଇଁ ପାରୁଛେ ଭାଲି

ନାଇଁ ପାରୁଛେ ଭାଲି

1 min
146


ଆଈ ବୁଢ଼ୀ ଥରଥରି

ବାଡି କେ ଧରି

ବୁଢ଼ାକେ କହୁଛେ ଜିମା

ଆଏଜ ପରେ ମାସକର ଅଧାଦିନ ଆଏ

ଭତ୍ତା ଘାଏ ଆନି ଆଏମା....

ଗାଡି ନେଇ କି ଫାଡ଼ି ନେଇ ନା

ଚାଲବେ କୁଶେକ ବାଟ

ଉଦ୍ ଉଦିଆ ଖରା ଯେ ହାଏ

ଜଲେଇ ଦଉଛେ ପାଦ ...

ଜଲଦି ଗଲେ 

ପଂଚେତ ଅଫିସ କେ

ଖୁଲାମେଲା ସିନା ପାଏମା

ପଂଚେତ ଅଫିସ ପରେ କୁଶେକ ବାଟ ଗୋ

ଖରା ବାଜନୁ ପଲେଇ ଆଏମା ...

ଭତ୍ତା କେ ଧରି

ବୁଡ଼ା ବୁଡି ଦୁଇ

ବଜାର ଯାଉଛନ ଚାଲି

ନାତି ନାତେନ ଲାଗି

ବରା, ସିଂଗଡ଼ା ଆର

ପେଂଟ ସାର୍ଟ ଘିନବେ ବଲି.....

ବଜାର କରି ବୁଡ଼ା 

ଚାଲିଛେ ବାଟ

କେତେ ସରଦା ଗିରଦା ତାର ମନେ

ପଇସା କେରା ଧରିଛେ ପରେ

ଚାଲୁଛେ ଖୁସ ମନେ ...

ବାଟକେ ଆସି ସୋର ପକେଇଛେ ବୁଢା

ଭୁଆସେନର କଏଲା କଥା

ଝୁରି ମାଛ କେଜେ ଆନବ ବଲି

କହି ଥିବାର ତାର କଥା

ମାଛ ଘିନି ବୁଡା ପଏସା ଖୁଜିଛେ

ପକେଟ ନେ ପଇସା ନାଇଁ

କେନେ ରଏଲା କାଏଁଟା ହେଲା

ଶୋର ବି ପଡୁଛେ ନେଇ ….

ବେଶର ବାଟିକରି ଯେ ଜଗିଛେ ବହ

ମାଛ ତୁନ ରାଂଧମି ବଲି

ଭାତ ଟିକେ ଆଏଜ ଜହକରି ଯିବା

ଆଶ କରିଛେ କେତେବେଳେ ଘାଏ

ଝୋଲ ଟିକେ ହାପରିମି ବଲି….

ପଇସା ନାଇନା କେନ୍ତା କରବା

ମାଛ ନାଇ ନେଲେ କାଣା ହେବା

ଚିନ୍ତା କରିଛେ ବୁଡ଼ା ଖାଲି

ମୁଡ଼େ ଉପରେ ସତେ କାଏ ଚଡକ ପଡିଛେ

ନାଇ ପାରୁଛେ ଚାଲି….

ଘରକେ ଗଲେ ଟାକିଥିବା ବହ

ମାଛ ଆନବେ ବଲି

କାଣା କହେବା ଆର କେନ୍ତା ସହେବା 

ଭୁଆସେନର ରିଶମୀ କେ ଯେ

ବୁଢା ନାଇ ପାରୁଛେ ଭାଲି ….।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy