ପ୍ରଥମ ଚିଠି
ପ୍ରଥମ ଚିଠି


ଭୁଲିଗଲୁ ତୁ ଲୋ ମନ ମୋ ମାନୁନି
ସକାଳୁ ବସିଛି ଉଠି
ନମ୍ବରଟା ତୋର ବଦଳେଇ ଦେଲୁ
ଲେଖୁଛି ପ୍ରଥମ ଚିଠି
ସପନରେ କାଲି ଆସିଥିଲୁ ଚାଲି
ନେଲୁ ମୋ ହୃଦୟ ଲୁଟି
ତୋତେ ଛୁଇଁବାକୁ ଭାବିଦେଲି ଯେବେ
ନିଦ ନାହିଁ ସାରା ରାତି
ଫେରିଆସ ତୁମେ ଅତୀତକୁ ଭୁଲି
ପଡିଯାଉ ପ୍ରେମ ଗଣ୍ଠି
ସକାଳୁ ଲୋ ତୋତେ ଝୁରୁଛି ମୁଁ ଆଜି
ତୋ ପାଇଁ ଲେଖୁଛି ଚିଠି
କେତେ ଶୀତ କେତେ ବସନ୍ତ ଗଲାଣି
ମୁଁ କିନ୍ତୁ ଅଛି ସେଇଠି
କେମିତି ପାଗେଳୀ ଜାଣି ତୁ ପାରୁନୁ
ଛାଡ଼ିଥିଲୁ ହାତ ଯୋଉଠି
କୋହର ମୁନରେ ଲୁହର ସ୍ୟାହିରେ
ହୃଦୟ କାଗଜେ ବସି
ପ୍ରଣୟ ପାଗଳ ତୁମରି କେବଳ
ଲେଖୁଛି ପ୍ରଥମ ଚିଠି