Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Tragedy

3  

Gunanidhi Samal

Tragedy

ଫୁଲେଇ ଫଗୁଣ

ଫୁଲେଇ ଫଗୁଣ

1 min
188


ଫୁଲେଇ ଫଗୁଣ କଥା ଦେଇଥିଲା

ଲେଉଟି ଆସିବା ପାଇଁ

ସେଦିନୁ ତା'ବାଟ ଚାହିଁ ତ ବସିଛି

କାହିଁ ତ ଫେରିଲା ନାହିଁ।

ଚୋରା ଚଇତରେ ମନ ବୁଝୁନାହିଁ

କେଜାଣି ଖୋଜେ କା'ସଙ୍ଗ

ଏବେବି ଛାଡିନି ସାଥିରେ ତାହାର

ଖେଳିଥିଲି ଯେଉଁ ରଙ୍ଗ ।

ଗହଳ କୁଞ୍ଜରୁ ଶୁଭୁୁୁନାହିଁ ଆଉ

କୋଇଲିର କୁହୁ ତାନ 

କେମିତି ଭୁଲିବି ତା'ପାଖରେ ପରା

ବନ୍ଧା ପଡ଼ଛି ମୋ ମନ ।

ହଜାଇ ଦେଇଛି ନିିିଜର ଠିକଣା

ଆଉ କି ପାରିବି ଖୋଜି

ପଡିଲାଣି ଥକି ଏଇ ଦୁଇ ଆଖି

ଲୁହର ଶ୍ରାବଣେ ଭିଜି ।


Rate this content
Log in

Similar oriya poem from Tragedy