STORYMIRROR

Kusum Panda

Tragedy

3  

Kusum Panda

Tragedy

"ଲକଡାଉନ୍ ଜୀବନ-ଶିକ୍ଷା"

"ଲକଡାଉନ୍ ଜୀବନ-ଶିକ୍ଷା"

1 min
660


ଆସିଥିଲି ଦୁନିଆକୁ ଖୁସି ରହି ବଞ୍ଚିବାକୁ 

ଭାବିଥିଲି ବହୁ କିଛି ଧୋଇ ନେଲା କେତେ କିଛି

ହୋଇଗଲା ଲକଡାଉନ୍ ଅସ୍ତବ୍ୟସ୍ତ ଗାଆଁ ଟାଉନ୍

ପିଲାଙ୍କର ପାଠ ପଢା ଗଲା ସବୁ ଅଧା ଗଢା


ଦେଖିନେଲି ହନ୍ତସନ୍ତ କେତେ ପୁଣି ଯାତାୟାତ

ଭୂତାଣୁର ଚାରିପଟେ ଆମେ ଅଛୁ ସଙ୍କଟେ

ଦିନୁ ଦିନ ଅସମ୍ଭାଳ କେତେ କଣ ହେଲା ଆଳ

ବେପାରରେ ମାନ୍ଦା ମାନ୍ଦା ଘରେ ଘରେ ଅଧା ରନ୍ଧା


ପରିବାର ପେଟ ପୋଷ ନାହିଁ କିଛି ଅନ୍ୟ ଆଶ

ସାଙ୍ଗ ସାଥି ଥିଲା ଯେତେ ସବୁ କିଛି ଗଲା ସେତେ

ଯାହା କିଛି ଖାଇବାକୁ ଚିନ୍ତା ପଡ଼େ ଆଣିବାକୁ

କେତେ ବେଳେ ଘର କଥା ପୁଣି ଆମ ଯୋଦ୍ଧା କଥା


ସବୁ ଖାଲି ରୋକ୍ ଠୋକ୍ ବାଜୁଅଛି ଠୋକ୍ ଠୋକ୍

ମାନି ମାନି କଥା ଚଳି ଆଉ କିଏ କେତେ ବଳି

କାର୍ଯ୍ୟକ୍ରମ ସବୁ ଅଧା ଶରୀରକୁ ବେଶୀ ବାଧା

ଘରେ ବସି ଭାବୁଥାଏ ଯୋଦ୍ଧା ଯୋଗୁଁ ବଞ୍ଚିଯାଏ


କେତେ ଦିନ ଅଗଣିତ ପ୍ରଭୁ ତୁମେ ଜଗନ୍ନାଥ

ମାସ୍କ୍ ପିନ୍ଧି ବାହାରିବା ବେଳ ଦେଖି ଆସିଯିବା

ଆଉ ପୁଣି କିଏ କେତେ ଦୁଃଖ ଭୋଗ କଲେ ସେତେ

ଜୀବନଟା କଷ୍ଟ ଭୋଗେ ଥାଉ ଥାଉ ନର୍କ ଲାଗେ


ଥର ଥର ହାତ ଧୁଆ କେତେ ବାର ସାବୁନ୍ ନୂଆ 

ପିଲାମାନେ କିଏ କେତେ କାମ ଛାଡି ଆସେ ସେତେ 

ଯେତେ ଯେତେ ଆସିଗଲେ କାମ ଧନ୍ଧା ନାହିଁ ମିଳେ

ଘରେ ବସି ଚିନ୍ତା ଖାଲି ବାହାରକୁ ଗଲେ ଗାଳି


ଜୀବନଟା ଥାଇ କିଛି କାମ ଦେଲା ନାହିଁ ବଞ୍ଚି

ମହାମାରୀ ରୂପ ଦେଖି ମନ ଗଲା ଶଙ୍କି ଶଙ୍କି

ଆଜି ପୁଣି ଲକଡାଉନ କାଲି ହେବ ସଟଡାଉନ

ଏସବୁର ମାନ ବଢ଼ି ଜୀବନଟା ଗଲା ସଢ଼ି


କିଛି ଆଉ ରହିଲାନି,କୁଢ଼ କୁଢ଼ ମଲେ ପ୍ରାଣୀ

ରୋଜଗାର ଗଲା ପାଶୁ ପେଟ କିବା ଜାଣେ ଆଶୁ  

ଅପେକ୍ଷାରେ ରହି ରହି କେତେ ଦିନ ଯାଉ କହି

ଜୀବନରେ ଶିକ୍ଷା କଣ ଦେଇଗଲା ଲକଡାଉନ !

        


 






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy