"ଲକଡାଉନ୍ ଜୀବନ-ଶିକ୍ଷା"
"ଲକଡାଉନ୍ ଜୀବନ-ଶିକ୍ଷା"
ଆସିଥିଲି ଦୁନିଆକୁ ଖୁସି ରହି ବଞ୍ଚିବାକୁ
ଭାବିଥିଲି ବହୁ କିଛି ଧୋଇ ନେଲା କେତେ କିଛି
ହୋଇଗଲା ଲକଡାଉନ୍ ଅସ୍ତବ୍ୟସ୍ତ ଗାଆଁ ଟାଉନ୍
ପିଲାଙ୍କର ପାଠ ପଢା ଗଲା ସବୁ ଅଧା ଗଢା
ଦେଖିନେଲି ହନ୍ତସନ୍ତ କେତେ ପୁଣି ଯାତାୟାତ
ଭୂତାଣୁର ଚାରିପଟେ ଆମେ ଅଛୁ ସଙ୍କଟେ
ଦିନୁ ଦିନ ଅସମ୍ଭାଳ କେତେ କଣ ହେଲା ଆଳ
ବେପାରରେ ମାନ୍ଦା ମାନ୍ଦା ଘରେ ଘରେ ଅଧା ରନ୍ଧା
ପରିବାର ପେଟ ପୋଷ ନାହିଁ କିଛି ଅନ୍ୟ ଆଶ
ସାଙ୍ଗ ସାଥି ଥିଲା ଯେତେ ସବୁ କିଛି ଗଲା ସେତେ
ଯାହା କିଛି ଖାଇବାକୁ ଚିନ୍ତା ପଡ଼େ ଆଣିବାକୁ
କେତେ ବେଳେ ଘର କଥା ପୁଣି ଆମ ଯୋଦ୍ଧା କଥା
ସବୁ ଖାଲି ରୋକ୍ ଠୋକ୍ ବାଜୁଅଛି ଠୋକ୍ ଠୋକ୍
ମାନି ମାନି କଥା ଚଳି ଆଉ କିଏ କେତେ ବଳି
କାର୍ଯ୍ୟକ୍ରମ ସବୁ ଅଧା ଶରୀରକୁ ବେଶୀ ବାଧା
ଘରେ ବସି ଭାବୁଥାଏ ଯୋଦ୍ଧା ଯୋଗୁଁ ବଞ୍ଚିଯାଏ
କେତେ ଦିନ ଅଗଣିତ ପ୍ରଭୁ ତୁମେ ଜଗନ୍ନାଥ
ମାସ୍କ୍ ପିନ୍ଧି ବା
ହାରିବା ବେଳ ଦେଖି ଆସିଯିବା
ଆଉ ପୁଣି କିଏ କେତେ ଦୁଃଖ ଭୋଗ କଲେ ସେତେ
ଜୀବନଟା କଷ୍ଟ ଭୋଗେ ଥାଉ ଥାଉ ନର୍କ ଲାଗେ
ଥର ଥର ହାତ ଧୁଆ କେତେ ବାର ସାବୁନ୍ ନୂଆ
ପିଲାମାନେ କିଏ କେତେ କାମ ଛାଡି ଆସେ ସେତେ
ଯେତେ ଯେତେ ଆସିଗଲେ କାମ ଧନ୍ଧା ନାହିଁ ମିଳେ
ଘରେ ବସି ଚିନ୍ତା ଖାଲି ବାହାରକୁ ଗଲେ ଗାଳି
ଜୀବନଟା ଥାଇ କିଛି କାମ ଦେଲା ନାହିଁ ବଞ୍ଚି
ମହାମାରୀ ରୂପ ଦେଖି ମନ ଗଲା ଶଙ୍କି ଶଙ୍କି
ଆଜି ପୁଣି ଲକଡାଉନ କାଲି ହେବ ସଟଡାଉନ
ଏସବୁର ମାନ ବଢ଼ି ଜୀବନଟା ଗଲା ସଢ଼ି
କିଛି ଆଉ ରହିଲାନି,କୁଢ଼ କୁଢ଼ ମଲେ ପ୍ରାଣୀ
ରୋଜଗାର ଗଲା ପାଶୁ ପେଟ କିବା ଜାଣେ ଆଶୁ
ଅପେକ୍ଷାରେ ରହି ରହି କେତେ ଦିନ ଯାଉ କହି
ଜୀବନରେ ଶିକ୍ଷା କଣ ଦେଇଗଲା ଲକଡାଉନ !