ଦେହଠାରୁ ବେଶି ମନର ଯନ୍ତ୍ରଣା
ଦେହଠାରୁ ବେଶି ମନର ଯନ୍ତ୍ରଣା


ସାମାଜିକ ଦୂରତାରେ
ସାମାଜିକ ପ୍ରାଣୀ
କରୋଣା କାରଣେ ଲେଖା
କରୁଣ କାହାଣୀ ।
ସଟ୍ ଡାଉନ୍ ଲକ୍ ଡାଉନ୍
କଣ୍ଟେନମେଣ୍ଟ ଜୋନ୍
ହୁଲୁସ୍ତୁଲ୍ ହଟଷ୍ପଟ
କ୍ବେରଣ୍ଟାଇନ୍ ହୋମ୍ ।
କଟକଣା କରୁଅଛି
ଏବେ ବାଟବଣା
କିଏ ଭଲ କିଏ ଭେଲ
ହେଉନାହିଁ ଜଣା ।
ସଂକ୍ରମିତ ହେଲେ କଷ୍ଟ
ନିସଙ୍ଗ ଜୀବନ
ନିସଙ୍ଗେ ରହିବେ ପୁଣି
ଆତ୍ମୀୟ ସ୍ବଜନ ।
ପ୍ରିୟ ପରିଜନ ପାସେ
ପସିବେନି କେହି
ଛୁଇଁଦେଲେ କରୋଣା ତ
ଆସେପରା ଡେଇଁ ।
ଅଛୁଆଁ, ରୋଗୀ ର ଶବ
ରୋଗୀ ସେବା ମନା
ଦେହଠାରୁ ବଳିଯାଏ
ମନର ଯନ୍ତ୍ରଣା ।