STORYMIRROR

ତାରାପ୍ରସାଦ ଜେନା

Tragedy

3  

ତାରାପ୍ରସାଦ ଜେନା

Tragedy

କାହା ଘର ସଞ୍ଜବତୀ ଜାଳୁଛ ତୁମେ ଜାଣିନି ଏତେ

କାହା ଘର ସଞ୍ଜବତୀ ଜାଳୁଛ ତୁମେ ଜାଣିନି ଏତେ

1 min
26



କାହା ଘର ସଞ୍ଜବତୀ ଜାଳୁଛ ତୁମେ

ଜାଣିନି ଏତେ

ମୋର ଘର ଫାଙ୍କା କରି ଚାଲିଲ ଯାହା

ବାଧୁଚି ସତେ

..........କାହା ଘର ସଞ୍ଜବତୀ ଜାଳୁଛ ତୁମେ

                ଜାଣିନି ଏତେ ! ୦ !


ଖିଆଲର ନୀଳପରୀ ଉଭାନ ହେଲ 

ଅବୁଝା କରି

କେତେ ହସ ଲୁହ ଆଣି ଭିଜାଇଦେଲ

ଦୁଃଖରେ ମାରି,

ସଂପର୍କର ବାଲିଘର ପାଦରେ ଦଳି

ଛାଡ଼ିଲ ମତେ

..........କାହା ଘର ସଞ୍ଜବତୀ ଜାଳୁଛ ତୁମେ

                ଜାଣିନି ଏତେ ! ୧ !


ଟିକେ ହେଲେ ପଛ କଥା ପଡୁନି ମନେ

ହଜାରେ ରାଣ

ଭାଷା ମୋର ଆଶା ହରା ଜହର ଗିଳି

ଜୀବନ କ୍ଷୀଣ,

ମରିଗଲେ ସମାଧିରେ ଚଢ଼େଇଦେବ 

ଫୁଲଟେ ହାତେ

..........କାହା ଘର ସଞ୍ଜବତୀ ଜାଳୁଛ ତୁମେ

                ଜାଣିନି ଏତେ ! ୨ !



Rate this content
Log in

Similar oriya poem from Tragedy