STORYMIRROR

Manaswini Dash

Tragedy

3  

Manaswini Dash

Tragedy

ଦରଦ

ଦରଦ

1 min
29

ଦରଦୀ ମନର ବିଷାଦ କୂଳରେ ଦୁଃଖର ତରଙ୍ଗ ମାଳା 

ଲକଡାଉନର ନୀରବତା କରେ ରୋମନ୍ଥର ଖେଳା 

ସମସ୍ତେ ଶାନ୍ତ, ଧୀର ପୁଣି ଅସ୍ପୃଶ୍ୟର ପ୍ରାଚେରୀ ଘେରା 

ଶତଚେଷ୍ଟା ପରେ ସବୁଠି ଶୂନ୍ୟ ଖାଲି ଖାଲି ଦିଶେ ଧରା 

ଦିଗନ୍ତ ବିସ୍ତାରି ଗଗନର କୋଳେ ବାଦଲ ଉଙ୍କି ମାରେ 

ଦିଗବଳୟେ ଆଜି ବସୁଧା ସାଥିରେ ମିଶିବାକୁ ଭାରି ଝୁରେ 

ମଣିଷ ଆଜି ପାଲଟି ଯାଇଛି ବନ୍ଦୀଜୀବନର ମୂକ ସାକ୍ଷୀ 

ବେଦନା ଲୋତକ ଲୁଚେଇ ପାରୁନି ତାର ନିରୀହ ଆଖି 

ନାହିଁ କୋଳାହଳ ନାହିଁ ପୁଣି ମଣିଷର ବାଂଛିତ ଭିଡ଼ 

ଯେମିତି ମୃତ୍ୟୁକୁ ନେଇ ଆସିଛି ଏହି ଦୁର୍ଦ୍ଦିନର ଝଡ

ଦିନେନାଦିନେ ଲକଡାଉନ ତାବାଟରେ ଯିବ ଚାଲି 

ମଣିଷ ପୁଣି ବଞ୍ଚିବ ତା ଜୀବନକୁ ମୁକ୍ତ ଭାବରେ ଖୋଲି 

ମାତ୍ର ; ଜୀବନ କାନ୍ଦୁଚି ଆଜି ଆର୍ତ୍ତନାଦର ସୁରେ 

ପ୍ରତ୍ୟେକ ମୁହୂର୍ତ୍ତ ହୃଦୟ କନ୍ଦରେ ଅସହ୍ୟ କୋହ ଭରେ 

ନିରବତାର ଦୁଃଖଦ ରାଗିଣୀର ବିରସ ମୂର୍ଚ୍ଛନା ଝରେ 

ସ୍ୱାଭିମାନର ଦମ୍ଭ ସ୍ୱଇଚ୍ଛାରେ ପରାଜୟ ସ୍ୱୀକାର କରେ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy