Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

satyabrat sahoo

Tragedy

3  

satyabrat sahoo

Tragedy

କବିତା-'ସବୁ ଚିଠି ଆସେ ଫେରି'

କବିତା-'ସବୁ ଚିଠି ଆସେ ଫେରି'

1 min
25


ମୋ' ଅଜାଣତରେ ଠିକଣା ତମର ବଦଳାଇ ଦେଲ ବୋଲି,

ଚିହ୍ନା ଠିକଣାରେ ଯେତେ ଚିଠି ଦିଏ ସବୁ ଚିିଠି ଆସେ ଫେରି । (୦)

ଏମିତି ଜୀବନେ କେତେ ଚିଠି ଠକିିିତ ନଥିଲି ଥରେ

ଫେରା ଚିଠି ଏବେ ଧରିବା ପାଇଁ ବି ଦୁଇ ହାତ ମୋର ଥରେ

କୁହ ପ୍ରିୟତମ ଭୁଲିଲ କାହିଁକି କି ପାପ ଅବା ମୁଁ କଲି । 

ମୋ' ଅଜାଣତରେ ...... (୧)

ପ୍ରେମ ତ ଗୋଟିଏ ପାପଶୂନ୍ୟ ଫୁଲ ତମେ ଦିନେ କହିଥିଲ

ସେ ପୂଣ୍ୟ ଫୁଲର ପ୍ରୀତି ପାଖୁୁଡାରେ ନିଆଁ କିଆଁ ଲଗାଇଲ

ଲୁହ ଟୋପେ ଦେବ ତୁମ ବିରହରେ ଯେଉଁ ଦିନ ଯିବି ମରି |

ମୋ' ଅଜାଣତରେ .... (୨)

ମୋ' ଅଜାଣତରେ ଠିକଣା ତମର ବଦଳାଇ ଦେଲ ବୋଲି ଚିହ୍ନା ଠିକଣାରେ ଯେତେ ଚିଠି ଦିଏ ସବୁ ଚିଠି ଆସେ ଫେରି । (୦)

     


Rate this content
Log in

Similar oriya poem from Tragedy