STORYMIRROR

satyabrat sahoo

Abstract

2  

satyabrat sahoo

Abstract

ମୋ' ଆଖିରେ ନାହିଁ ନିଦ

ମୋ' ଆଖିରେ ନାହିଁ ନିଦ

1 min
160

ଦୁନିଆ ଶୋଇଛି ନିଦର ଶେଯରେ ମୋ' ଆଖିରେ ନାହିଁ ନିଦ

କାନ ମୁଁ ପାରିଛି କାଳେ ଶୁଭିଯିବ ପ୍ରିୟାର ପାଦ ଶବଦ

କାହିଁ କେତେଦିନୁ ଅଭିମାନ କରି ପ୍ରିୟା ମୋ' ଯାଇଛି ଦୂରେ

ମୁଁ ଜାଣିଛି କିନ୍ତୁ ଏବର୍ଷ ଫଗୁଣ ଆର ବରଷକୁ ଫେରେ

ସେହି ଭରସାରେ ମୋ' କବିତାସବୁ ହରାଇନି ଲୟ ଛନ୍ଦ

ଜୀଇଁ ପାରେ କିବା କେହି ବେଶୀ ଦିନ ମନ ମଣିଷକୁ ଛାଡି

ଏଇତ ଝରକା ସେପଟେ ଶୁଭୁଛି ରୁଣୁଝୁଣୁ କାହା ଚୁଡି

ଜାଣି ମୁଁ ପାରୁଛି ପ୍ରିୟା ମୋ' ଫେରିବ ଦୂର ହେବ ଅବସାଦ

ଦୁନିଆ ଶୋଇଛି ନିଦର ଶେଯରେ ମୋ' ଆଖିରେ ନାହିଁ ନିଦ

କାନ ମୁଁ ପାରିଛି କାଳେ ଶୁଭିଯିବ ପ୍ରିୟାର ପାଦ ଶବଦ

'ସମାପ୍ତ'



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract