STORYMIRROR

satyabrat sahoo

Children

3  

satyabrat sahoo

Children

ଗୁରୁଙ୍କୁ ପୂଜିବା

ଗୁରୁଙ୍କୁ ପୂଜିବା

1 min
295

ଗୁରୁତ ଅଟନ୍ତି ସାକ୍ଷାତ ଇଶ୍ଵର ଗୁରୁ ବ୍ରହ୍ମା, ବିଷ୍ଣୁ, ମହେଶ୍ଵର

ଗୁରୁଙ୍କ କଥାରେ ରଖିଥାଅ ମନ ଗୁରୁୁ ପାଦ ସଦା ପୂଜା କର।

ଗୁରୁ ଦେଇଥାନ୍ତି ଜ୍ଞାନର ଆଲୋକ ଅଜ୍ଞାନ ତମସା ଦୂରକରି

ସେଥିପାଇଁ ଗୁରୁ ଅଟନ୍ତିତ ପୂଜ୍ୟ ଚାଲ ଗୁରୁୁ ବାକ୍ୟ ଅନୁସରି ।

ଗୁରୁ ଦେଇଥାନ୍ତି ସଦଜ୍ଞାନ ଆଉ ସଦବୁୁଦ୍ଧି ଆମ ଚିତ୍ତେ ଭରି

ଲଭିବା ସନ୍ତୋଷ ସେ ଗୁରୁଙ୍କୁ ଆମେ ଗୁରୁୁଦିବସରେ ପୂଜା କରି ।

ସେପ୍ଟେମ୍ବର ମାସ ପାଞ୍ଚ ତାରିଖଟି ଅଟଇ ପରା ଗୁରୁଦିବସ

ଭାଇ ଭଉଣୀଏ ଗୁରୁଙ୍କୁ୍ ପୂଜିବା ସେଦିନ ହୋଇ ହରଷ।

ଅଠରଶହ ଅଠାଅଶି ସାଲ ସେପ୍ଟେମ୍ବର ପାଞ୍ଚ ତାରିଖରେ

ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଜନ୍ମିଥିଲେ ପୁଣ୍ୟ ଭାରତ ମା କୋଳେ ।

ଥିଲେ ଶିକ୍ଷକ ହେଲେ ଭାରତର ସେ ପ୍ରଥମ ଉପରାଷ୍ଟ୍ରପତି

ଶିକ୍ଷାଦାନ ପାଇଁ ମନ ଚାହୁଁଥିଲା ପରେ ହେଲେେ ପୁଣି ରାଷ୍ଟ୍ରପତି।

ତାଙ୍କ ଜନ୍ମଦିନ ପାଳିବା ପାଇଁକି କହିଲେ କେତେକ ଛାତ୍ର ଛାତ୍ରୀ

ମୋ ନାମରେ ନୁହେଁଁ ଗୁରୁଙ୍କ ନାମରେ ପାଳିତ ହେଉ ଏହି ଦିନଟି ।

ସେଦିନରୁ ସେପ୍ଟେମ୍ବର ପାଞ୍ଚ ତାରିଖ ଅଟେ ଗୁରୁଦିବସ

ସେହି ଶୁଭ ଦିନେ ଗୁରୁଙ୍କୁ ପୂଜିବା ପାଇବା ଗୁରୁଙ୍କ ଶୁଭାଶିଷ |

ଗୁରୁ ଆଶୀର୍ବାଦ ଥିଲେ ଆମ ଶିରେ ଦୁନିଆକୁ ଆମେ ଯିବା ଜିତି

ମଣିଷ ପରିକା ମଣିଷ ହୋଇବା ମନେରଖିବ ଏ ସାରାା କ୍ଷିତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children