Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

satyabrat sahoo

Inspirational

3  

satyabrat sahoo

Inspirational

ଗଣପତି ବନ୍ଦନା

ଗଣପତି ବନ୍ଦନା

1 min
208


ଜୟ ଜୟ ଗଣପତି ପାର୍ବତୀ ନନ୍ଦନ

ବୁଦ୍ଧିଦାତା ସିଦ୍ଧିଦାତା ପ୍ରଭୁ ଗଜାନନ ।

ଏକଦନ୍ତ ଲମ୍ବୋଦର ସଦଜ୍ଞାନଦାତା

ପ୍ରଣାମ ମୋ ଘେନା କର ନୁଆଁଇଛି ମଥା ।

ବକ୍ରତୁଣ୍ଡ, ବିନାୟକ ଶଙ୍କର ତନୁଜ

ଜୟ ଜୟ ଗଣନାଥ କାର୍ତ୍ତିକ ଅନୁଜ ।

ମୂୂଷିକ ବାହନ ପ୍ରଭୁ ଅଗ୍ରପୂଜ୍ୟ ଦେବ

ବିଦ୍ୟାର ଆଲୋକ ଦିଅ ତମସା ହଟିବ ।

ତୁମରି ଦୟାାରେ ପ୍ରଭୁ ମୁର୍ଖ ହୁଏ ଜ୍ଞାନୀ

ତୁମ କରୁଣାରୁ କେହି ଅନ୍ତର ହୁଏନି ।

ବିଘ୍ନସବୁ ନାଶ କର ବିଘ୍ନ ବିନାଶନ

ବିଘ୍ନ ନାଶି ଦିଅ ପ୍ରଭୁ ମୋତେ ଦିବ୍ୟଜ୍ଞାନ ।

ଧନ, ମାନ, ସନମାନ ଲୋଡ଼ା ନାହିଁ କିଛି

ସତ୍ୟ, ଧର୍ମ ପଥେ ନିଅ ଏତିକି ମାଗୁଛି ।

ଶକ୍ତିଦାତା ଭକ୍ତିଦାତା ହେ ପ୍ରଭୁ ଗଣେଶ

ଅବୋଧ ସନ୍ତାନ ମୋର ପୁରାଇବ ଆଶ ।

 


Rate this content
Log in

Similar oriya poem from Inspirational