Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

satyabrat sahoo

Others

3  

satyabrat sahoo

Others

କହିବ କିଏ

କହିବ କିଏ

1 min
284


କହିବ କିଏ ?

ଏବେ କିଆଁ ମୃଦୁ ପବନ ବହେ

ଗଛେ ନୂଆ ପତ୍ର କଅଁଳୁ ଥାଏ

ଆମ୍ବ ଗଛେ କେତେ କଷି ଆମ୍ବ ଝୁଲେ ତୋଟାରେ କାହିଁକି କୋଇଲି ଗାଏ ?

ଫୁଲ ଫୁଟି ବାସ ମହକୁ ଥାଏ

ମଳୟ ସହିତ ମନକୁ ମୋହେ

ଶୀତ ନଥାଏ କି ବରଷା ନଥାଏ ଆକାଶେ ଚନ୍ଦ୍ରମା ଚହଟୁ ଥାଏ ।

ପାଚେ ବରଫଳ ଆଉ ସାହାଡା

ପଳାଶ ଗଛେ ନାଲି ଫୁଲ ମେଳା

ଗଛେ ପକ୍ଷୀ ବସା ଶାବକର ଭାଷା ବାଟୋଇ ମନକୁ ଭୁଲାଇ ନିଏ ।

ଜାଗର ଓ ହୋଲି ପରବ ଆସେ

ରଙ୍ଗ ଅବିରର ବଜାର ବସେ

ବିମାନରେ ଶୋଭା ରାଧାକୃଷ୍ଣଙ୍କର ମେଲଣ ଯାତରା ମନକୁ ଛୁଏଁ ।

ଶୁଣ ମୁଁ କହେ

ଏହି କଥା ଅବା ନଜାଣେ କିଏ

ଯାହାକୁ ପଚାର କହିବ ସିଏ

ଋତୁରାଜ ଏବେ ଧରାକୁ ଆସିଛି ସେଥିପାଇଁ ପରା ଏସବୁ ହୁଏ ।



Rate this content
Log in