STORYMIRROR

satyabrat sahoo

Romance

3  

satyabrat sahoo

Romance

ଆକାଶ ଗୋ ତୁମେ

ଆକାଶ ଗୋ ତୁମେ

1 min
68

ଆକାଶ ଗୋ ତୁମେ ଧରଣୀ ବୁକୁରେ କାହିଁକି ଢାଳୁଛ ଲୁହ

ଧରଣୀକୁ ଅବା ତୁମେ ଭଲପାଅ ମନଖୋଲି କହିଦିଅ ।(୦)


ତୁୁୁମ ଇଲାକାରେ ଅଂଶୁମାନ ଆସି ଧରଣୀକୁ ଦେଲା ଜାଳି

ସୃୃୃଷ୍ଟିର ନିୟମ ମାନି ରହିିଗଲ ଦେଇ ପାରିଲନି ଗାଳି

ସେଥିପାଇଁ ବୋଧେ ଦୁୁଃଖରେ ଢାଳୁଛ ସମବେଦନାର ଲୁହ ।

ଆକାଶ ଗୋ ତୁମେ....(୧)


ତୁୁୁମ ବେଦନାକୁ ଜୀବନ ଭାବି ସେ ଆନନ୍ଦେ ନେଇଛିି ବରି

ସବୁଜିମା ଭରା କରିଛିି ନିଜକୁ ପାଇ ତୁମ ପ୍ରୀତି ବାରି

ମୁୁୁ୍କ୍ତ କଣ୍ଠରେ ତୁମରିି ପ୍ରେମର କରୁୁୁଛି ମୁଁ ଜୟ ଜୟ ।

ଆକାଶ ଗୋ ତୁମେ....(୨)


ଆକାଶ ଗୋ ତୁମେ ଧରଣୀ ବୁକୁରେ କାହିଁକି ଢାଳୁଛ ଲୁହ,

ଆକାଶକୁ ଅବା ତୁମେ ଭଲପାଅ ମନଖୋଲି କହିଦିଅ ।(୦)

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance