ଭାରତ ମାଆର ହେଉ ଜୟ
ଭାରତ ମାଆର ହେଉ ଜୟ




ସ୍ଵାଧୀନତାର ବାର୍ତ୍ତା କହି କହି ଆସିଅଛି ଅଗଷ୍ଟ ପନ୍ଦର
ଭାରତମାତାର ଶିରେ ଉଡୁଅଛି ତ୍ରିରଙ୍ଗା ପତାକା ଫରଫର ।
ବଣିଜ କରିବା ଛଳରେ ଇଂରେଜେ ଆମକୁ କରିଲେ ପରାଧୀନ
ହିଂସା ଅତ୍ୟାଚାରେ ଆମକୁ ଶୋଷିଲେ କରିଲେ ଆମକୁ ହୀନିମାନ ।
କରିବେ ସ୍ଵାଧୀନ ମାଆକୁ ଆମର ଛିଡ଼ାଇ ଶୃଙ୍ଖଳ ପରାଧୀନ
ଜନମିଲେ କେତେ ବୀର ସନ୍ତାନ ଓ କେତେ ଦେଲେ ଘୁମି ବଳିଦାନ ।
ପିଠିରେ ସହିଲେ ଚାବୁକ ପ୍ରହାର ଛାତି ଦେଖାଇଲେ ଗୁଳି ଆଗେ
ମାଆକୁ ସ୍ଵାଧୀନ କରିବା ପାଇଁକି ପ୍ରୟାସ କରିଲେ ବେଗେ ବେଗେ ।
କେତେ ସଂଗ୍ରାମୀ ଜେଲ ଭୋଗିଲେ କେତେ ସହିନେଲେ ମୃତ୍ୟୁଦଣ୍ଡ
ତଥାପି ମଲାନି ସ୍ଵାଧୀନତା ସ୍ଵପ୍ନ ଭାଙ୍ଗିଲାନି ବୀର ମେରୁଦଣ୍ଡ ।
ଶେଷରେ ଗାନ୍ଧୀଜୀ ମଙ୍ଗ ସମ୍ଭାଳିଲେ ମନ୍ତ୍ରକରି ଅହିଂସାର ନୀତି
ଆମ ଦେଶ ଛାଡ଼ି ଚାଲିଯିବା ପାଇଁ ବାଟ ଖୋଜିହେଲା ଗୋରା ଜାତି ।
ଉଣେଇଶ ସତଚାଳିଶ ଅଗଷ୍ଟ ପନ୍ଦରେ ଦେଶ ଭାର ଆମ ହାତେ ଦେଇ
ଚାଲିଗଲେ ସେହି ବଣିକଜାତି ସାତ ସମୁଦର ପାର ହୋଇ ।
ଆସିଛିରେ ଆଜି ସେହି ଶୁଭଦିନ ଦେଶ ସ୍ଵାଧୀନତା ବାର୍ତ୍ତା ନେଇ
ଆସ ଉଡ଼ାଇବା ଜାତୀୟ ପତାକା ଶାନ୍ତି, ପ୍ରେମ, ମୈତ୍ରୀ ଗୀତ ଗାଇ ।
ଭାରତ ମାଆର ସନ୍ତାନ ଆମେ ପରିଚୟ ଆମ ଭାରତୀୟ
ଗୋଟିଏ କଣ୍ଠରେ ଗାଇବା ସଭିଏଁ ଭାରତ ମାଆର ହେଉ ଜୟ ।