Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

satyabrat sahoo

Romance Fantasy

5.0  

satyabrat sahoo

Romance Fantasy

ତୁମ ପାଶେ ଥିବି ରହି

ତୁମ ପାଶେ ଥିବି ରହି

1 min
330


ସପନକୁ ନେଇ ସତ ସହରରେ ଘର କେହି ତୋଳି ନାହିଁ,

ସପନରେ ନୁହେଁ ସତ ଘରଟିଏ ତୋଳିଦେବି ତମ ପାଇଁ ।


ମୁଁ ଜଣିଛି ତମେ ଭୁଲିନାହଁ ମୋତେ ମୁଁ ବି ପାରିନି ଭୁଲି

ଭୁଲି ଯାଇଥିଲେ ଆସିଥାଆନ୍ତି କି ଘୁରି ଘୁରି ବୁଲି ବୁଲି

ମୋ' ମଳ, ପରାଣ ଦେହ ଉପବନ ସବୁ ପରା ତମ ପାଇଁ ।


ମୁଁ ଖୋଜୁଥିଲି ତମେ ଖୋଜୁଥିଲ ହେଉତ ନଥିଲା ଦେଖା

ପ୍ରେମ ଜାଳିଦେଲା ଅନ୍ଧାର ଭିତରେ ମିଳନର ଦୀପ ଶିଖା

ଆଉ ଫେରିବିନି ବୁଲି ଚାହିଁବିନି ତମ ପାଶେ ଥିବି ରହି ।


ସପନକୁ ନେଇ ସତ ସହରରେ ଘର କେହି ତୋଳି ନାହିଁ,

ସପନରେ ନୁହେଁ ସତ ଘରଟିଏ ତୋଳିଦେବି ତମ ପାଇଁ ।



Rate this content
Log in

Similar oriya poem from Romance