STORYMIRROR

satyabrat sahoo

Others

3  

satyabrat sahoo

Others

"ମୋ' ହାତେ ବାନ୍ଧିଛି ରାକ୍ଷୀ"

"ମୋ' ହାତେ ବାନ୍ଧିଛି ରାକ୍ଷୀ"

1 min
42

ଆଜି ରାକ୍ଷୀ ପୂର୍ଣ୍ଣିମାରେ ଗେହ୍ଲା ଭଉଣୀ ମୋ' ହାତେ ବାନ୍ଧିଛି ରାକ୍ଷୀ,

ମୋର ଶୁଭ ମନାସୀ ସେ ତା ରାକ୍ଷୀକୁ ମୋ ପାଶେ ରଖିଛି ସାକ୍ଷୀ ।(o)

ସ୍ନେହ ମମତାର ରାକ୍ଷୀ ବାନ୍ଧିି ସେ କହିଛି

ଭାଇ ମୋତ ଭୁଲିବୁନି ରାଣ ବି ଦେଇଛି

ମୋ' ସୁନା ଭଉଣୀ ଦୁ8ଖ ପାରେନା ମୁଁ ଦେଖି । (୧)

ମୋତେ ମିଠା ଖୁଆଇ ସେ ରାକ୍ଷୀ ତା ବାନ୍ଧିଛି

ରାକ୍ଷୀ ପାଇଁ ତାକୁ ମୁଁ ବି ଉପହାର ଦେଇଛି

ତା ସୁରକ୍ଷା ପାଇଁ ସଦା ପାଖେ ଥିବି ରଖି । (୨)

ମୋ ସୁୁଖରେ ସୁଖି ସିଏ ମୋ ଦୁଃଖରେ ଦୁଃଖି

ତା ମମତା ବନ୍ଧନକୁ ପାରେନା ପରଖି

ସବୁ ଦୁଃଖ ଭୁଲିଯାଏ ତା ହସକୁ ଦେଖି । (୩)

ଆଜି ରାକ୍ଷୀ ପୂର୍ଣ୍ଣିମାରେ ଗେହ୍ଲା ଭଉଣୀ ମୋ' ହାତେ ବାନ୍ଧିଛି ରାକ୍ଷୀ,

ମୋର ଶୁଭ ମନାସୀ ସେ ତା ରାକ୍ଷୀକୁ ମୋ ପାଣେ ରଖିିଛି ସାକ୍ଷୀ |(୦)

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍