STORYMIRROR

satyabrat sahoo

Abstract

3  

satyabrat sahoo

Abstract

ମୋ' ଅଜାଣତରେ..

ମୋ' ଅଜାଣତରେ..

1 min
191

ମୋ' ଅଜାଣତରେ ଠିକଣା ତମର ବଦଳାଇ ଦେଲ ବୋଲି

ଚିହ୍ନା ଠିକଣାରେ ଯେତେ ଚିଠି ଦିଏ ସବୁ ଚିଠି ଆସେ ଫେରି..(୦)

ଏମିତି ଜୀବନେ କେତେ ଚିଠି ଦେଇ ଠକିତ ନଥିଲି ଥରେ

ଫେରା ଚିଠି ଏବେ ଧରିବା ପାଇଁ ବି ଦୁଇ ହାତ ମୋର ଥରେ

କୁହ ପ୍ରିୟତମ ଭୁଲିଲ କାହିଁକି କି ପାପ ଅବା ମୁଁ କଲି...(୧)

ପ୍ରେମତ ଗୋଟିଏ ପାପଶୂନ୍ୟ ଫୁଲ ତମେ ଦିନେ କହିଥିଲ

ସେ ପୂଣ୍ୟ ଫୁଲର ପ୍ରୀତି ପାଖୁଡ଼ାରେ ନିଆଁ କିଆଁ ଲଗାଇଲ

ଲୁହ ଟୋପେ ଦେବ ତମ ବିରହରେ ଯେଉଁ ଦିନ ଯିବି ମରି..(୨)

ମୋ' ଅଜାଣତରେ ଠିକଣା ତମର ବଦଳାଇ ଦେଲ ବୋଲି

ଚିହ୍ନା ଠିକଣାରେ ଯେତେ ଚିଠି ଦିଏ ସବୁ ଚିଠି ଆସେ ଫେରି..(୦)

'ସମାପ୍ତ'



రచనకు రేటింగ్ ఇవ్వండి
లాగిన్

Similar oriya poem from Abstract