Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Romance Tragedy

3  

Amit Bal

Romance Tragedy

ବୀଦିର୍ଣ୍ଣ ମନର ଅବଶୋଷ

ବୀଦିର୍ଣ୍ଣ ମନର ଅବଶୋଷ

1 min
33


ଇଚ୍ଛା ଥିଲା ଦିନେ

ଚାଲିବାକୁ ଧରି ତୁମ ହାତ ;

ହେଲେ ମୁଁ ଯେ ମୋ ମନ କଥା

ତୁମକୁ କେବେ କହିପାରିନି

ଏକଥା ବି ଚିରନ୍ତନ ସତ .......


ଆଜି ବି ମାନିବାରେ ମୋ ଦ୍ୱିଧା ନାହିଁ

ତୁମେ ହିଁ ମୋ ପ୍ରଥମ ପ୍ରେମ

ଆଉ ତୁମେ ହିଁ ମୋ ଶେଷ ;

ମାତ୍ର ପୁଣି ଭାବେ

କେଉଁ ନାଁ ଦେବି ଆମ ସମ୍ପର୍କକୁ

ଯେତେବେଳେ କି ସରିବାକୁ ବସିଲାଣି ଆୟୁଷ ......


ସତରେ ଦୁର୍ମୂଲ୍ୟ ଭାବନା ମୋର

ନା ଅଛି ତାଳ ନା ଅଛି ସ୍ୱର ;

ଖାଲି ଯାହା ଶବ୍ଦମାନଙ୍କର ନିରବ କାକଳି

ଏବେ ତ ସମୟ ଅତିକ୍ରମ କଲାଣି ଗୋଧୂଳି

ଟିକିଏ ପରେ ହେବ ବିଭାବରୀ

ଏବଂ ଦେଖୁ ଦେଖୁ ଛିଡିଯିବ ଭାବନାର ଡୋରି .......


ଅବଶୋଶ କେବଳ ରହିଯିବ

ପାରିଲିନି ତୁମକୁ ଏ ଜୀବନେ କିଛି ହେଲେ କହି;

ସ୍ୱପ୍ନମାନଙ୍କୁ ସାଉଁଟିବାକୁ ଯାଇ

ଖାଲି ଯାହା ଜୀବନ ତମାମ ନଦୀ ପରି

ଏକା ଏକା ନିଜେ ଗଲି ବୋହି .......



Rate this content
Log in

Similar oriya poem from Romance