Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Kumar Swain

Children

4  

Tapan Kumar Swain

Children

ଜଗତ ଜନନୀ

ଜଗତ ଜନନୀ

1 min
415



ଏଥର ହସିବ ମୋ ଦେଶର ଗାଆଁ

ସହର ବଜାର ଗଳି,

ବିବିଧ ରଙ୍ଗର ଆଲୋକ ମାଳାରେ

ସଂଜରେ ଉଠିବ ଜଳି ।


କରୋନାର ଡର ନାହିଁ ଆଉ ବେଶୀ

ମଣ୍ଡପ ହେଲାଣି ସଜା,

ଭେରୀ, ତୁରୀ,ଶଙ୍ଖ,ଢୋଲ,ମହୁରୀରେ

ବାଜିବ ତେଲିଙ୍ଗି ବାଜା ।


ଆସୁଛନ୍ତି ମାଆ ଜଗତ ଜନନୀ

ମରତ ହେଲାଣି ସଜ,

ସବୁଜ ରଙ୍ଗର ପାଟ ଓଢଣୀରେ

ମୁହଁ ଦିଶେ ଲାଜ ଲାଜ ।


ପବନ ଦୋଳିରେ କାଶଫୁଲ ଝୁଲେ

ଘାସ ପତରରେ ମୋତି,

କିଏ ବୁଣିଦେଲା ଏମିତି ବଣିକ

ନ ପାହୁଣୁ ଆଜି ରାତି ।


ହେନା,ଜୁଇ,ଯାଇ ସଜ ହୋଇଲେଣି

ଶେଫାଳୀ ଗଲାଣି ଝରି,

ପ୍ରଭାତରୁ ଉଠି ଡାକି ଲାଣି କାକ

ଉଠ ଉଠ ନର ନାରୀ ।


ଦୁର୍ଗତନାସିନୀ,ଶକ୍ତି ପ୍ରଦାୟିନୀ

ଆଶିଷ କଳସ ଧରି,

ମରତ ମାଟିର ପ୍ରାଣୀ ଜଗତର           କୁ

ଦୁଃଖ ନେବେ ସବୁ ହରି ।


Rate this content
Log in

Similar oriya poem from Children