STORYMIRROR

Chittaranjan Nanda

Others Children

4  

Chittaranjan Nanda

Others Children

ରଖିବା ଶାନ୍ତି ଓ ପ୍ରୀତି

ରଖିବା ଶାନ୍ତି ଓ ପ୍ରୀତି

1 min
284


ଆମ ଆର୍ଯ୍ୟାବର୍ତ୍ତ ଅଭିନ୍ନ ଭାରତରେ,

ମାନବିକତା ପୂର୍ଣ୍ଣ ତାର ଜଳବାୟୁରେ |୧|


ଭର୍ତ୍ତି ହୋଇଛି ପୃଷ୍ଠା ପରେ ପୃଷ୍ଠାରେ

ଅସରନ୍ତି ଶାନ୍ତି ପାଦୋଦକ ସବୁ ଗ୍ରନ୍ଥରେ |୨|


ଜନ୍ମ ନେଇଛନ୍ତି କେତେ ବୀର ଏ ମାଟିରେ

ବୀରତ୍ୱ ଅଛି ପ୍ରତ୍ୟେକ ସନ୍ତାନ ମନ ମଧ୍ୟରେ |୩|


ଏହି ମାଟିରେ, ଗଛ ପତ୍ରରେ, ଫୁଲ ଫଳରେ, 

ବିଶ୍ୱାସତା ଝରେ, ବାୟୁରେ ପ୍ରତ୍ୟେକ ନିଃଶ୍ଵାସରେ |୪|


ଏଠି ଜନମିଛନ୍ତି, ଧ୍ରୁବ ପ୍ରହ୍ଲାଦ ଦଧୀଚିଙ୍କ ଭଳି ସାଧକ 

ଏକଲବ୍ୟ ନଚିକେତା ଭଳି କେତେ ଶିଷ୍ୟ ପାଠକ |୫|


ଦିବ୍ୟଗୁଣ ଥାଇ କେତେ ଉଦାର ପୁରୁଷ 

ନଜିର ଅଛି, ପୃଷ୍ଠା ଭରିଛି ତା ଇତିହାସ |୬|


ଏକଇ ମାଆର ସନ୍ତାନ ପରା ଆମେରେ

ବନ୍ଧା ହୋଇଛେ ସରବେ ସ୍ନେହ ପୀରତିରେ |୭|


ବାଳୁତ କାଳୁ ସୁଖ ଦୁଃଖରେ ଏକତ୍ର ହୋଇଛୁ 

ମାଟି ମାଆର ମମତା ବି ଆମେ ସଭିଏଁ ପାଇଛୁ |୮|


ବଞ୍ଚିବା ଚଳିବା ନ ହରାଇ ଆମ ଧୈର୍ଯ୍ୟ ନୀତି

ସଂକୀର୍ଣ୍ଣତା ମନରୁ ପୋଛିବା ରଖିବା ଶାନ୍ତି ଓ ପ୍ରୀତି |୯|



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍