STORYMIRROR

Satyanarayan Sahoo

Abstract Inspirational Children

4  

Satyanarayan Sahoo

Abstract Inspirational Children

ଦୁଖୀ ଓ ଦୁର୍ଗତ ମାନବ ବନ୍ଧୁ

ଦୁଖୀ ଓ ଦୁର୍ଗତ ମାନବ ବନ୍ଧୁ

1 min
303

ଓଡିଆ ଜାତିର ମଉଡ ମଣି 

 ଉତ୍କଳ ମଣି ଗୋପବନ୍ଧୁ

ତୁମେହିଁତ ଥିଲ ଦୁଖୀ ଓ ଦୁର୍ଗତ 

ମାନବ ପ୍ରକୁତ ବନ୍ଧୁ ॥

ଦେଶ ଜାତି ପାଇଁ ଆତ୍ମୋତ୍ସର୍ଗ ତବ  

ଆହା କେଡେ ହୂଦ ଭେଦୀ

ଜନତା ସେବାରେ ଅହରହ ରତ  

ରହିଥିଲ ନିରବଧୀ ॥

ବନ୍ଯା, ବାତ୍ଯା, ବଢି , ଦୁବିପାକେ ତୁମେ

 ତୁର୍ଗତ ମାନବ ପାଖେ

ସ୍ବେଚ୍ଛା ସେବି ଘେନି ଉଦ୍ଧାର ପାଇଁକି 

ଉଭାହୁଅ ସଙ୍ଗେ ସଙ୍ଗେ ॥

ତୁମେହିଁ ଦରଦୀ ତୁମେହି ତ କବି 

ସୁଲେଖକ ସୁଶିକ୍ଷକ

ସମାଜ ଖବର କାଗଜର ତୁମେ 

ସଂପାଦକ ସଂସ୍ଥାପକ ॥

ସାଜି ସୁପ୍ରତିଷ୍ଠା କରି ଯାଇ ଅଛ 

ଯା' ଆଜି ପାଏ ପ୍ରତିଷ୍ଠା

ଧନ୍ଯ ଗୋପବନ୍ଧୁ , ଧନ୍ଯ ତବ କୀର୍ତ୍ତି , 

ଉଦ୍ଯମ ସାହସ ନିଷ୍ଠା ॥

ସତ୍ଯବାଦୀ ବନ ବିଦ୍ଯାଳୟ ଗଢି  

ସ୍ବଦେଶୀ ଶିକ୍ଷା ପନ୍ଧତି

ଘେନି ଶିକ୍ଷାଦାନ କରି ସୁମହାନ 

ଲକ୍ଷ୍ଯେ ତୁମ୍ଭେ ଥିଲ ବ୍ରତୀ ॥

ସ୍ବାଧିନତା ପାଇଁ ରଣଯଜ୍ଞେ ଝାସ 

 ଦେଇ ତୁମ୍ଭେ ଯେ ଆପଣ

ବହୁବାର କାରା ବରଣ କରିଣ 

ସହିଛ ବହୁ କଷଣ ॥



Rate this content
Log in

Similar oriya poem from Abstract