STORYMIRROR

Bidyutprava Mishra

Inspirational Others Children

4  

Bidyutprava Mishra

Inspirational Others Children

ଶାଗୁଣା

ଶାଗୁଣା

1 min
353


କେତେ ଉପକାରୀ ଜୀବଟି ଶାଗୁଣା

ରହେ ବଣ ଜଙ୍ଗଲରେ,

ମଲା ଜୀବଙ୍କର ଶରୀରକୁ ଖାଇ

ପରିବେଶ ସଫା କରେ l


ସାଧାରଣ ପକ୍ଷୀ ଠୁଁ ବଡ଼ ତା ଆକୃତି

ବଡ଼ ବଡ଼ ଦୁଇ ଡେଣା,

ଆଖିର ଜ୍ୟୋତି ତା ଅଟଇ ପ୍ରଖର 

ଉଚ୍ଚ ନଭେ ଉଡେସିନା l


ଚଞ୍ଚୁ ତାର ତୀକ୍ଷ୍ଣ ନଖ ମଜଭୁତ

ଫାଡ଼ି ଶବ ଖାଇ ଥାଏ

ପ୍ରାକୃତିକ ପରିବେଶ ସଫାକାରୀ

ତା ପରି ହୋଇବ କିଏ l


ଲୋପ ପାଇ ଯାଏ ଦିନୁ ଦିନଵଂଶ

ଆଉ ଦେଖାମିଳିବନି,

ଆଗାମୀ ପୀଢ଼ି ଯେ ଚିହ୍ନିବେ ତାହାକୁ

ଛବିଟି ରୁ ଦେଖି ଜାଣି l


ଉଚ୍ଚ ଗଛ ଯେଣୁ କାଟି ଦେଉଛନ୍ତି

ବାନ୍ଧି ପାରୁନି ସେ ବସା,

ବସା ବାନ୍ଧିବାକୁ ଜାଗାଟେ ପାଇଲେ

ପଡ଼ନ୍ତାନି ତାକୁ ଦଶା l


ଜଙ୍ଗଲସବୁ ଏବେ ଲୋପ ପାଉଛି

ନାହିଁ ଉଚ୍ଚ ଗଛ ମାନ,

ବସା ଟିଏ ବାନ୍ଧି ରହିବା ପାଇଁକି

ପାଉ ନାହିଁ ସିଏ ସ୍ଥାନ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational