STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଘରଚଟିଆ

ଘରଚଟିଆ

1 min
247


ବହିଗଲା ପାଣି ବିତିଗଲା ଦିନ

କେବେ କି ଆସିଛି ଫେରି

ଆପଣାର ଅତି ବହୁ ପରିଚିତ

ଲାଗଇ ଅଚିହ୍ନା ପରି ।


ବାନ୍ଧୁଥିଲା ବସା ଆଣି କାଠିକୁଟା

ବିଚାରି ଘରଚଟିଆ

କୁଆଡେ ସେ ଗଲା ହଜିଗଲା ରୂପ

ଅଦ୍ଭୁତ ଲାଗେ ଦୁନିଆଁ ।


ଘରଟା ଭିତରେ ଉଡି ବୁଲୁଥିଲା

ଟିକି ଟିକି ଡେଣା ମେଲି

କିଚିରି ମିଚିରି ଫଡଫାଡ ଶବ୍ଦ

ଲାଗୁଥିଲା ଭଲ ଭାରି ।


ଏକୁଟିଆ ଥିଲେ ହେଉଥିଲା ସାଥି

ମନ ହେଉଥିଲା ଖୁସି

ଛାଡି ଯାଉଥିଲା ସବୁ ଡରଭୟ

ଟିକି ଟିକି ଚିଆଁ ଦେଖି ।


ବରଷା ଝଡିରେ ହୁଏ କନ କନ

ଚାହିଁ ରହେ ମିଟି ମିଟି

ପାଇଲେ ସୁଯୋଗ ନିମିଷେ ଭିତରେ

ଆଧାର ଆଣେ ସାଉଣ୍ଟି ।


ତା ଟିକି ହୃଦୟ ସ୍ନେହ ଶ୍ରଦ୍ଧା ଭରା

ଆଚରଣ ମତିଗତି

ଭରି ଦେଉଥିଲା ଅପାର ଆନନ୍ଦ

ଦେଖି ନିକଟରୁ ଅତି ।


ନୀରିହ ନିଷ୍ପାପ କ୍ଷୁଦ୍ର ଏକ ପକ୍ଷୀ

କହି ପାରିଲାନି କଥା

ଚାପିଦେଲା ତାର ଟିକି ହୃଦୟରେ

ସବୁ ଦୁଃଖ ମନ ବ୍ୟଥା ।


ଆମେ ସ୍ୱାର୍ଥପର ମଜ୍ଜି ରହିଛନ୍ତି 

ସୁଖେ ଗଢି କୋଠାବାଡି

ପବନକୁ ରୁନ୍ଧି ରହିଲେ ସ୍ୱାଚ୍ଛନ୍ଦେ

ତାରଜାଲି ସୂକ୍ଷ୍ମ ଛନ୍ଦି ।


ବିଦ୍ୟୁତ ଶକ୍ତିରେ ଜଳିଲା ଆଲୋକ

ଚଳିଲା ପଙ୍ଖା ମଟର

ଟିଭି ପରଦାରେ ଦେଖିଲେ ଶୁଣିଲେ

ବସି ଚିତ୍ର ଚମତ୍କାର ।


ପାଇଲା ଆଘାତ କ୍ଷୁଦ୍ର ପ୍ରାଣ ପକ୍ଷୀ

ହୋଇଗଲା ଅବଲୁପ୍ତ

ବେଳ ଥାଉଁ ଆମେ ନହେଲେ ସତର୍କ

ଭୋଗିବା ଅନେକ ଦୁଃଖ ।


Rate this content
Log in

Similar oriya poem from Inspirational