STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ମାଆ ଦଶଭୂଜା

ମାଆ ଦଶଭୂଜା

1 min
341


ବେଦ ଓ ପୁରାଣେ ରହିଛି ଉଲ୍ଲେଖ

ଆଶ୍ୱିନର ଶୁକ୍ଳପକ୍ଷ

ପ୍ରତିପଦ ଠାରୁ ଦଶମୀର ତିଥି

ସୁପବିତ୍ର ଶୂଚିବନ୍ତ ।


ପ୍ରତି ହୃଦ ପ୍ରାଣ ଅନ୍ନ କଣ କଣ

ହୁଏ ଶକ୍ତି ପ୍ରଚୋଦିତ

ଜାଗିଉଠେ ମନେ ଭାବନା ସଦିଚ୍ଛା

ସୁବିଶ୍ୱାସ ଆତ୍ମତତ୍ତ୍ୱ ।


ମିଳେ ସୁପୋଷଣ ମାନସିକ ଶାନ୍ତି

ବଢେ ସହନଶୀଳତା

ଦୟା କ୍ଷମା ପୂର୍ତ୍ତି ସୌନ୍ଦର୍ଯ୍ୟ ସନ୍ତୁଷ୍ଟି

ଦୈବୀଗୁଣ ସୁସ°ହିତା ।


ତ୍ରେତୟା ଯୁଗରେ ଶ୍ରୀପୁରୁଷୋତ୍ତମ

ଭଗବାନ ରାମଚନ୍ଦ୍ର

ମାତା ଭଗବତୀ ପ୍ରକୃତି ଦେବୀଙ୍କ

ଆଚରିଲେ ତପ ଘୋର ।


ରଖିଥିଲେ ଯତ୍ନେ ଏକଶହ ଆଠ

ପଦ୍ମଫୁଲ ପ୍ରସ୍ଫୁଟିତ

ହରିନେଇ ଏକ ବିଡିଥିଲେ ମାତା

ଏକାଗ୍ର ଶ୍ରୀରାମ ଚିତ୍ତ ।


ହୋଇଲେ ଉଦ୍ୟତ କମଳ ଲୋଚନ

ଚକ୍ଷୁ କରି ଉତ୍ପାଟନ

ମହାଶକ୍ତି ଦେବୀ ଚରଣ କମଳେ

କରିଦେବେ ସମର୍ପଣ ।


ଦେଖି ଭକ୍ତି ନିଷ୍ଠା ପ୍ରୀତ ହେଲେ ମାତା

ଯାଚିଦେଲେ ବରଦାନ

ରାବଣକୁ ମାରି ହୋଇଲେ ବିଜୟୀ

ରାଜୀବଲୋଚନ ରାମ ।


ମାତୃକୃପା ବଳେ ହୁଏ ସର୍ବସିଦ୍ଧି

ବିଜୟ ଲକ୍ଷ୍ୟ ସାଧନ

ପ୍ରକଟ ହୁଅନ୍ତି ମାଆ ଦଶଭୂଜା

ଶକ୍ତି ହୁଏ ଜାଗରଣ ।


ଶାରଦୀୟ ପର୍ବ ବିଜୟା ଦଶମୀ

ଭରୁ ଆନନ୍ଦ ଉଲ୍ଲାସ

ଗିରିଜା ବିରଜା ମାଆ ଦଶଭୂଜା

ବରଷନ୍ତୁ ଶୁଭାଶିଷ ।

 


Rate this content
Log in

Similar oriya poem from Inspirational