STORYMIRROR

Gyanendriya Dash

Children

4  

Gyanendriya Dash

Children

ମହାତ୍ମା ଗାନ୍ଧୀ

ମହାତ୍ମା ଗାନ୍ଧୀ

1 min
288


ଅହିଂସା ନୀତିରେ ଇଂରେଜ ମାନଙ୍କୁ

କଲ ତୁମେ ପରାଜିତ

ତୁମରି ପ୍ରୟାସେ ଭାରତୀୟ ଶକ୍ତି

ଦେଖି ଶତ୍ରୁ ଆଚମ୍ବିତ ।


ଉଣେଇଶ ଶହ ସତଚାଲିଶର

ଅଗଷ୍ଟ ପନ୍ଦର ଦିନ

ସ୍ୱାଧୀନ ପାଇଲା ମୋ ଭାରତବର୍ଷ

ତୁମେ ତ ଗାନ୍ଧୀ ମହାନ ।


ପଟେଲ, ସୁଭାଷ,ଲାଲ, ବାଲ, ପାଲ

ଆମ୍ବେଦକରଙ୍କ ସାଥେ

ଆଜାଦ, ଲକ୍ଷ୍ମଣ, ଗୋପବନ୍ଧୁ ପୁଣି

ସମସ୍ତେ ସଂଗ୍ରାମ ପଥେ ।


ଅକ୍ଟୋବର ଦୁଇ ତାରିଖେ ଗାନ୍ଧିଜୀ

ଗୁଜୁରାଟେ ଜନ୍ମିଥିଲ

ଦେଶ ମାତୃକାର ସେବା କରିବାକୁ

ଜୀବନର ବ୍ରତ କଲ ।


ସତ୍ୟ ଓ ଅହିଂସା ଦାଣ୍ଡିଯାତ୍ରା ସାଙ୍ଗେ

ଲବଣର ସତ୍ୟାଗ୍ରହ

ଅସହଯୋଗରେ ଫିରିଙ୍ଗି ସୈନ୍ୟଙ୍କ

ଉଡ଼ିଲା ଭାରତ ମୋହ ।


ସହସ୍ର ସହସ୍ର ସ୍ୱାଧୀନ ସଂଗ୍ରାମୀ

ମାନି ତୁମର ଆଦର୍ଶ

ଦେଇଗଲ ସର୍ବେ ଆମକୁ ହେ ବୀର

ସ୍ୱାଧୀନ ଭାରତ ବର୍ଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children