ଗୁରୁ ଦିବସ ଗୁରୁ ଦିବସ
ଗୁରୁ ଦିବସ ଗୁରୁ ଦିବସ
ଗୁରୁଙ୍କର ପୂଜା ଅଟଇ ମହାନ
ଦେବ ପୂଜା ଠାରୁ ବଡ଼
ଜୀବନ୍ତ ଠାକୁର ଅଟନ୍ତି ସେ ପରା
ଏହି ବିଶ୍ଵ ବ୍ରହ୍ମାଣ୍ଡର।
ଗୁରୁ ଦେବ ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱର
ସାକ୍ଷାତ ପରମ ବ୍ରହ୍ମ
ତାଙ୍କରି ନିର୍ଦ୍ଦେଶ ମାନିଟି ଚଳିଲେ
ପାଇବା ଯେ ଦିବ୍ୟ ଜ୍ଞାନ ।
ଗୁରୁ ଙ୍କ ର ପୂଜା ଏହି ଶୁଭ ଦିନ
ସେପ୍ଟେମ୍ବର ପାଞ୍ଚ ତାରିଖ
ସର୍ବ ପଲ୍ଲୀ ରାଧା କ୍ରିଷ୍ଣଙ୍କ ନାମରେ
ହୋଇ ଅଛି ଯେ ବିଖ୍ୟାତ।
ଏହି ପରି ଗୁରୁ ଶିଷ୍ୟ ଙ୍କୁ ନେଇ
ଗୁରୁ ଦିବସ ଟି ସାର
ନିଘୁଢ ସଂପର୍କ ରହିଛି କେବଳ
କେତେ ଯୁଗ ଯୁଗାନ୍ତର।
ଅମାପ ସ୍ନେହ ଟି ଗୁରୁ ଶିଷ୍ୟ ଙ୍କର
ଭକ୍ତ ଭଗବାନଙ୍କ ପରି
ବିଶ୍ଵ ସାରା ଖାଲି ଗୁରୁ ଶିଷ୍ୟ ମୟ
କିଏ ହେବ ତାଙ୍କ ସରି।
ଗୁରୁ ହିଁ ଗଭୀର ଜ୍ଞାନର ଭଣ୍ଡାର
ସ୍ନେହର ବି ଗନ୍ତାଘର
ତାଙ୍କ ଆଶିର୍ବାଦ ଜୀବନରୁ ଖେଦ
ନିଶ୍ଚୟ ହୋଇବ ଦୂର।
ଗୁରୁ ଗ୍ୟାନ ଗଙ୍ଗା ଅମୃତର ଧାର
ଧୂପ ଦୀପ ଅର୍ଘ୍ୟ ଧରି
ଭକ୍ତି ରେ ପୂଜିବା ଚରଣ ତାଙ୍କର
ଗର୍ବ ଅହଂକାର ଛାଡି।
ଗୁରୁ ଙ୍କୁ ପୂଜି ଏକ ଲବ୍ୟ ଦିନେ
ଶ୍ରେଷ୍ଠ ଶିଷ୍ୟ ଟିଏ ହୋଇ
ମହାନ ତାଙ୍କର ଗୁରୁ ଦକ୍ଷିଣା ଟି
ସାରା ବିଶ୍ବରେ ମହକଇ।
ଶିଷ୍ୟ ହୋଇ ଆମେ ଗୁରୁଙ୍କୁ ପୂଜିବା
ନୂଆଇ ନିଜର ଶିର
ଯାହାଠାରୁ ପାଇଛ ଆଲୋକ ସନ୍ଧାନ
ଅନ୍ଧାର କୁ କରି ଦୂର।
ପ୍ରଥମ ଗୁରୁ ଯେ ଆମ ପିତା ମାତା
ଦ୍ବିତୀୟ ଟି ଶିକ୍ଷା ଗୁରୁ
ସେ ଅଟନ୍ତି ଆମ ଭାଗ୍ୟ ବିଧାତା
ଅଟନ୍ତି ସେ ମହାମେରୁ।
ଏହି ପରି ଗୁରୁ ଦିବସ ଟି ଶ୍ରେଷ୍ଠ
ଗୁରୁ ଶିଷ୍ୟ ଙ୍କୁ ନେଇ
ବଡ଼ ଙ୍କୁ ସମ୍ମାନ ଛୋଟଙ୍କୁ ଆଶିଷ
ଏହି ବାର୍ତ୍ତା ଦେଉ ଥାଇ।
ଗୁରୁ ଦିବସ ର ମହାନ ବାର୍ତ୍ତା ରେ
ସୁନ୍ଦର ହେଉ ଜୀବନ
ଧନ୍ୟ ଗୁରୁ ତୁମେ ଘେନା କର ଆଜି
କୋଟି କୋଟି ମୋର ପ୍ରଣାମ।
