ମିଳନପର୍ବ
ମିଳନପର୍ବ


ସୁନୀଳ ଆକାଶେ ଉଇଁଲାଣି ଦେଖ
ଫଗୁଣ ପୂନେଇ ଜହ୍ନ
ମନ କୁଞ୍ଜ ବନ ହେଉଛି ଉଚ୍ଚାଟ
ଆସିବେ କି ପ୍ରାଣ ଧନ ।
କୃଷ୍ଣ ନଟବର ପିନ୍ଧି ପୀତାମ୍ବର
ଚନ୍ଦନ ଚର୍ଚ୍ଚିତ ବେଶେ
ପାଉଥିବ ଶୋଭା ମୟୂର ଚନ୍ଦ୍ରିକା
ଶୀରେ ସୁମଣ୍ଡିତ କେଶେ।
ଅଧର ମୂରଲୀ ପଞ୍ଚମ ତାନରେ
ଗୁଞ୍ଜରିବ ମଧୁସ୍ୱନ
ସଞ୍ଚରି ଉଠିବ ମୋ ହୃଦୟ ମନ
ଅମୃତ ମଧୁର ପ୍ରେମ ।
ପଲ୍ଲବୀ ଉଠିବ ବୃକ୍ଷ ତରୁ ଲତା
ହସିବ ଫୁଲ ଫଗୁଣ
ବରଷିବ ରଙ୍ଗ ନିରସ ଜୀବନେ
ଫୁଟିବ ଶତ କଦମ୍ବ ।
ନର ଦେହୀ ରାଧା ପରମାତ୍ମା କୃଷ୍ଣ
ମଧୁର ମିଳନ ପର୍ବ
ନୀଳ ନୀଳିମାକୁ ଜିଣି ସପ୍ତରଙ୍ଗେ
ଉଜ୍ଜ୍ୱଳ ଆଲୋକ ସୂର୍ଯ୍ୟ ।