STORYMIRROR

JAGYASINI PARIDA

Tragedy

3  

JAGYASINI PARIDA

Tragedy

ଦୁହିତା

ଦୁହିତା

1 min
217

ଦୁଇ କୁଳ ପାଇଁ ହିତ କରେ ବୋଲି

ନାମ ତାର ଅଟେ ଦୁହିତା

ଜୀବନ ସାରା ସେ ଖୁସି ବାଣ୍ଟିଚାଲେ

ନକରି ନିଜର ଚିନ୍ତା ।


ନାହିଁ ତାର ମାନ, ନାହିଁ ଅଭିମାନ

ନାହିଁ ପୁଣି ହିଂସା ଦ୍ଵେଷ

ପର ଖୁସି ପାଇଁ ନିଜ ଜୀବନକୁ

କରିଦିଏ ଦିନେ ଶେଷ ।


ବାପ ମା ଙ୍କର ଜୀବନ ତ କେବେ

ଶାଶୁଘରର ପୁଣି ସମ୍ମାନ

ସବୁ ଝଡ଼ଝଞ୍ଜା ଅତିକ୍ରମ କରେ

ସହି କେତେ ଅପମାନ ।


ଜୀବନର ଯେତେ ଯନ୍ତ୍ରଣା ଦୁଃଖକୁ

ହସି ହସି ସହିଯାଏ

ସେସବୁକୁ ସହି ଶେଷରେ ଦିନେ ସେ

ପଥର ପାଲଟି ଯାଏ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy