ଦୁହିତା
ଦୁହିତା
ଦୁଇ କୁଳ ପାଇଁ ହିତ କରେ ବୋଲି
ନାମ ତାର ଅଟେ ଦୁହିତା
ଜୀବନ ସାରା ସେ ଖୁସି ବାଣ୍ଟିଚାଲେ
ନକରି ନିଜର ଚିନ୍ତା ।
ନାହିଁ ତାର ମାନ, ନାହିଁ ଅଭିମାନ
ନାହିଁ ପୁଣି ହିଂସା ଦ୍ଵେଷ
ପର ଖୁସି ପାଇଁ ନିଜ ଜୀବନକୁ
କରିଦିଏ ଦିନେ ଶେଷ ।
ବାପ ମା ଙ୍କର ଜୀବନ ତ କେବେ
ଶାଶୁଘରର ପୁଣି ସମ୍ମାନ
ସବୁ ଝଡ଼ଝଞ୍ଜା ଅତିକ୍ରମ କରେ
ସହି କେତେ ଅପମାନ ।
ଜୀବନର ଯେତେ ଯନ୍ତ୍ରଣା ଦୁଃଖକୁ
ହସି ହସି ସହିଯାଏ
ସେସବୁକୁ ସହି ଶେଷରେ ଦିନେ ସେ
ପଥର ପାଲଟି ଯାଏ।
