STORYMIRROR

JAGYASINI PARIDA

Others

3  

JAGYASINI PARIDA

Others

ବୋଉ

ବୋଉ

1 min
238

ଦେଖିଛି ମୁଁ ତତେ ଅତି ନିକଟୁ 

ପରଖଛି ତୋ ମନ ଗହରକୁ 

ବୁଝିଛି ମୁଁ ତୋ ଅକୁହା ବେଦନା ସବୁକୁ 

କେମିତି ତୁ ସହୁ ଏ ସଂସାର ବୋଝକୁ ।


କାନ୍ଦୁ ତୁ ଯେବେ ଗୁମୁରି କବାଟ କୋଣରେ 

ପଚାରିଲେ ମୁଁ କହୁ କ'ଣ ଗୋଟେ 

ପଡ଼ିଯାଇଛି ବୋଧହୁଏ ମୋ ଆଖିରେ 

ସଙ୍ଗେ ସଙ୍ଗେ ନିଜକୁ ସଜାଡି 

ଲାଗିପଡୁ ତୋ କର୍ମରେ ।


ସତରେ ଲୋ ବୋଉ

ଯଦି ଲେଖାଥାନ୍ତା ତୋ ଭାଗ୍ୟ ମୋ ହାତରେ

ତୋ ଜୀବନର ସବୁ ଯନ୍ତ୍ରଣାକୁ ଲିଭାଇ 

ସେସବୁକୁ ଲେଖିଦେଇଥାନ୍ତି ମୋ ଭାଗ୍ୟରେ ।


କେଉଁ ଦେବତାଙ୍କ ଦୂତ ତୁ କେଜାଣି ?? 

ଭବିଷ୍ୟତ ମୋ ପାରଉ ଜାଣି 

ବିପଦ ନ ଆସୁଣୁ ପାଖକୁ ମୋର 

ନେଇଆସୁ ନିଜ ପାଖକୁ ଟାଣି। 


ବୋଉ ଲୋ ତୋ ତ୍ୟାଗର ମୂଲ୍ୟ ମୁଁ 

କେବେ ଦେଇପାରିବିନି ସତରେ.. କିନ୍ତୁ 

ରଖିବି ତତେ ସଦା ଶାନ୍ତିରେ ସୁଖରେ 

ତୋ ଜୀବନର ପ୍ରତିଟି କଷ୍ଟ, ଯନ୍ତ୍ରଣାକୁ 

ପିଇଯିବି ମୁଁ ବିନା ଦ୍ୱିଧାରେ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍