STORYMIRROR

Kabiratna Nutan Kumar Behera

Tragedy Action Inspirational

4  

Kabiratna Nutan Kumar Behera

Tragedy Action Inspirational

ଅଂଶୁଘାତ

ଅଂଶୁଘାତ

1 min
249

         


ଓଃ ! କି ପ୍ରଖର ପ୍ରବଳ ପ୍ରଚଣ୍ଡ ଖରା

ତା' ତାତିର ତେଜରେ ତପତ ହୁଏ ଧରା

ଘରୁ ପାଦ କାଢି ଯିବାକୁ ପ୍ରାଣେ ଭୟ

ଦେଖି ପ୍ରକମ୍ପତ ହୁଏ ହୃଦୟ

ଅଂଶୁମାନର ଅଂଶୁ ଛୁଞ୍ଚିଠାରୁ ବି ସୂକ୍ଷ୍ମ ତୀକ୍ଷ୍ଣ

କଞ୍ଚା ଦେହରେ ଫୋଡି଼ ହୁଏ ଭୀଷଣ

ଜଳି ପୋଡି଼ ଯାଏ ସର୍ବାଙ୍ଗ

ମନରୁ ଧୈର୍ଯ୍ୟ ସାହାସ ଦିଅନ୍ତି ଛତ୍ରଭଙ୍ଗ

ବାହାର ଦୁନିଆଁଟା ଜଳନ୍ତା ନିଆଁ ପରି

ହୁତୁ ହୁତୁ ଜଳେ ହଳଦୀ ନାଲି ରଙ୍ଗ ଧରି

ମଣିଷ ହୁଏ ତାୱାର ପରିବା ଭଜା ସମ

କି କଷ୍ଟ...କି ଯନ୍ତ୍ରଣା...ଏ ଦୁଃଖ ନିର୍ମମ

ସାରା ଦେହଟା ଝାଳରେ ସର ସର

ଟୋପା ଟୋପା ନିଗିଡି଼ ପଡେ ଥରକୁ ଥର

ମୁଣ୍ଡଠୁ ସବୁ ଅବୟବରୁ ବହେ ଝର

ଯୋଡି଼ ରହେ ପିନ୍ଧା ଲୁଗା ଓଦା ଓଦା ଶରୀର

ଏ ପରମ ଗରମରୁ ମିଳେନା ନିସ୍ତାର

ସଭିଏଁ ହୁଅନ୍ତି ଅଧୀର ଅସ୍ଥିର

ତେଜଦୀପ୍ତ ଅଂଶୁମାଳୀର ଅଂଶୁ ମାଳେ 

ଅଂଶୁଘାତ ହୁଏ ଅକସ୍ମାତ ଅକାଳେ

ଛଟପଟ ହୋଇ ଜୀବନ ଯାଏ ବିକଳେ

ଦେଖି ଦୁରବସ୍ଥା ପ୍ରମାଦ ଗଣନ୍ତି ସକଳେ

ଜୀବନ ନିର୍ବାହ କରିବାକୁ ମଣିଷ ହୁଏ ବାଧ୍ୟ

ଯେତେ ଯା' ହେଉ କଷ୍ଟ କି ଅସାଧ୍ୟ

କ୍ଷୁଧା ତୃଷାକୁ ଏଡି଼ ଜୀବନ ପାଳିବା କେମିତି

ପ୍ରକୃତି ଦାଉ ସାଜିଲେ ଏମିତି......

ତଥାପି ତା'ଠୁ ରହିବାକୁ ହେବ ସାବଧାନ

ଅଂଶୁଘାତରୁ ପାଇବାକୁ ରକ୍ଷା ହେବା ସଚେତନ

ଉତ୍କଟ ସୂର୍ଯ୍ୟତାପର ମଧ୍ୟାହ୍ନ ସମୟରେ

ବାହାରକୁ ନ ଯାଇ ରହିବା ଘରେ

ପଡିଲେ କିଛି ଜରୁରୀ ଯିବା ହୁସିଆରେ

ଛତା ଜୋତା ସଙ୍ଗେ ପାଣି ଧରି ବୋତଲରେ

ପିଇ ଥଣ୍ଡା ପାଣି ପଇଡ଼ ତୋରାଣୀ

ଖାଇ ଫୁଟି ତରଭୁଜ କାକୁଡି଼ ଆଖୁରସ ପୁଣି

ଦେହକୁ ରଖିବା ସତେଜ ସବଳ

ଅଂଶୁଘାତ ହୋଇ ଫାଟିବନି କାହା କପାଳ

ଅନୁକୂଳ ପ୍ରତିକୂଳ ଜୀବନର ଦୁଇ ଧାର

ସଜାଗ ରହି ସମ୍ମୁଖୀନ ହେବାକୁ ପଡିବ ତାର

ନିଜ ପ୍ରାଣର ସୁରକ୍ଷା କରିବା ନିଜେ

ମଥା ନତ କରି ପ୍ରଭୁଙ୍କ ଶ୍ରୀଚରଣ ପଙ୍କଜେ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy