STORYMIRROR

CHINMAYEE PRADHAN

Abstract Action Classics

4  

CHINMAYEE PRADHAN

Abstract Action Classics

ବେସୁରା ଗୀତି

ବେସୁରା ଗୀତି

1 min
327

ବସନ୍ତଗୋ ତୁମେ ଫେରିଯାଅ ଏବେ

ମଳୟକୁ ସାଥେ ନେଇ,

ସ୍ନେହ ଅନୁରାଗ ଲୋଡ଼ା ନାହିଁ ମୋର

ନିସଙ୍ଗ ଯାଇଛି ହେଇ। 


କଳାମେଘ ତୁମେ ଫେରିଯାଅ ଦୂରେ 

ବର୍ଷା ମୋର ଲୋଡ଼ାନାହିଁ, 

ଶୀତଳ ହେବନି ତୁମରି ଧାରାରେ 

ମନ ମୋ ଉତ୍ତପ୍ତ ନଈ। 


ଚନ୍ଦ୍ରମା ଗୋ ତୁମେ ଲୁଚିଯାଅ ଏବେ 

ଜ୍ୟୋତ୍ସ୍ନାକୁ ସାଥିରେ ନେଇ, 

ଲୋଡ଼ା ନାହିଁ ମୋର ରୁପେଲି କିରଣ 

ଅନ୍ଧାରେ ପାରିବି ରହି। 


ଫୁଟ ନାହିଁ ଆଗୋ ରକ୍ତର ଗୋଲାପ 

ସୁନ୍ଦର ପାଖୁଡ଼ା ମେଲି, 

ତୋଳି ଆଣିବାକୁ ପାଶେ ନାହିଁ ପ୍ରିୟ 

ଗଭା ମୋ ପଡ଼ିଛି ଖାଲି। 


ରାତ୍ରିଗୋ ତୁମେ ଆସନାହିଁ ଆଉ 

ତନ୍ଦ୍ରାକୁ ସାଥିରେ ନେଇ, 

ସ୍ଵପ୍ନ ମୋର ଆଜି ଯାଇଛି ତ ହଜି 

ନିଦ୍ରା ଆଉ ଲୋଡ଼ା ନାହିଁ। 


ମୃତ୍ୟୁଗୋ ତୁମେ ଆସ ପାଶେ ଧାଇଁ 

ଜୀବନ ମୋ ଲୋଡ଼ା ନାହିଁ, 

ତୁମରି ପରଶେ ଶୀତଳେଇ ତନୁ

ଶାନ୍ତିରେ ପାରିବି ଶୋଇ। 


 


Rate this content
Log in

Similar oriya poem from Abstract