STORYMIRROR

Mr.GAGAN BIHARI NAYAK

Romance Classics Fantasy

3  

Mr.GAGAN BIHARI NAYAK

Romance Classics Fantasy

ଅକୁହା କୋହ

ଅକୁହା କୋହ

1 min
166

ଆଖିରେ ମୋର ଅସରା ଲୁହ

ହୃଦୟେ ଅକୁହା କୋହ

ଭଙ୍ଗା ମନ ନେଇ କେମିତି ବଞ୍ଚିବି

ଏଇ ଦୁନିଆଁରେ କହ ।


ଭାବିଥିଲି ଦିନେ ଦୁନିଆଁଟା ମୋତେ

ଭାରି ଭଲ ପାଉଥିବ

ଜାଣି ନ ଥିଲି ମୁଁ ଭଲ ପାଇ ବାଟା

ଅପରାଧ ମୋର ହେବ ।


ଭଲ ମୁଁ ପାଇଲି କିବା ପାପ କଲି

ନ ଭୁଲି ଦୁନିଆଁମୋହ

ପ୍ରଥମ ଦେଖାରେ ମନ ଚୋରି କଲ

ଏକ ହେଲା ଚାରି ଆଖି।


କେତେ ଜହ୍ନ ରାତି ପୁହାଇ ଦେଇଛୁ

ପାନ୍ଥଶାଳା ତାର ସାକ୍ଷୀ

ଆଜି ମୁଁ ଏକାକି ଦୁନିଆଁ ଦାଣ୍ଡରେ

କେମିତି ସହେ ତା ଦେହ ।



विषय का मूल्यांकन करें
लॉग इन

Similar oriya poem from Romance